ETV Bharat / state

ରାୟଗଡାରେ ରେଳମନ୍ତ୍ରୀ, ଷ୍ଟେସନରେ ଦିଆଗଲା ବିପୁଳ ସ୍ବାଗତ ସମ୍ବର୍ଦ୍ଧନା - Ashwini Vaishnaw in rayagada

ରାୟଗଡାରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସର୍କିଟ ହାଉସ ଠାରେ PMAY ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଧିକ ପଢନ୍ତୁ...

ରାୟଗଡାରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ
ରାୟଗଡାରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ
author img

By

Published : Aug 20, 2021, 8:25 AM IST

Updated : Aug 20, 2021, 9:38 AM IST

ରାୟଗଡ଼ା:ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ଆଜି(ଶୁକ୍ରବାର) ଭୋରରୁ ହୀରାଖଣ୍ଡ ଯୋଗେ ରାୟଗଡରେ ପହଞ୍ଚିବା ପରେ ଭାରତୀୟ ଜନତା ଦଳ, ଜିଲ୍ଲାପ୍ରଶାସନ ଏବଂ ରେଳ ବିଭାଗ ପକ୍ଷରୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ରାୟଗଡାରେ ରେଳ ମନ୍ତ୍ରୀ, ଷ୍ଟେସନରେ ଦିଆଗଲା ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ ସମେତ ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର, ବିଜେପି ନେତା ଭୃଗୁ ବକ୍ସି ପାତ୍ର ରାୟଗଡରେ ପହଞ୍ଚିଛନ୍ତି । ଏହାପରେ ଅଶ୍ୱିନ ବୈଷ୍ଣବଙ୍କ ଏକ ଦଳୀୟ ଶୋଭାଯାତ୍ରାରେ ଯାଇ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣିଙ୍କ ଦର୍ଶନ କରିବେ । ଏହାପରେ ସହରର ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସର୍କିଟ ହାଉସ ଠାରେ PMAY ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ ।

ପରେ ପୂର୍ବାହ୍ନ 10ଟାରେ ଜିଲ୍ଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ସାଙ୍ଗଠନିକ ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀର ସମ୍ବୋଧିତ କରିବେ ରେଳ ମନ୍ତ୍ରୀ । ଏହାପରେ କୋରାପୁଟ ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Aug 20, 2021, 9:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.