ETV Bharat / state

ଗୁଣପୁର ପୋଲିସର ବଡ଼ ସଫଳତା: ସୁନା ଜବତ, 2 ଗିରଫ

author img

By

Published : May 3, 2022, 10:46 PM IST

ଗୁଣପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରି ହୋଇଯାଇଥିବା ବିପୁଳ ସୁନାକୁ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଗୁଣୁପୁର ପୋଲିସର ବଡ଼ ସଫଳତା : ୨.୪୦୦ ଗ୍ରାମ ସୁନା ଜବତ, ଦୁଇ ଗିରଫ

ରାୟଗଡା: ଗୁଣପୁର ପୋଲିସର ବଡ଼ ସଫଳତା । ଅଭିଯୋଗ ପରେ ଅଭିଯୁକ୍ତ ଠାରୁ ୨.୪୦୦ ଗ୍ରାମ ସୁନା ଜବତ । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି । ନିକଟରେ ଗୁଣପୁର ପୋଲିସ କିଛି କଳାପଲସର ଆତଙ୍କୀକୁ ଗିରଫ କରିବା ପରେ ଧରାପଡ଼ିଛି ମାଷ୍ଟରମାଇଣ୍ଡ । ଏହି ଦୁଇ ଅଭିଯୁକ୍ତ ମୁହଁରେ କଳା କପଡ଼ା ଘୋଡ଼ାଇ କଳାପଲସରରେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଥିଲେ ୧ କିଲୋରୁ ଅଧିକ ସୁନା । ଏନେଇ ସୁନା ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଆଜି ତଦନ୍ତ ସମୟରେ ଏହି କଳାପଲସର ଲୁଟେରା ପୋଲିସର ହାବୁଡ଼ରେ ପଡ଼ିଥିଲେ ।

ପରେ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ ଏମାନଙ୍କ ନାଁରେ ମାମଲା ରୁୁଜୁ କରିଛି । ଯାଜପୁରର ଅର୍ଜୁନ ପ୍ରଧାନ ଏବଂ ଭଞ୍ଜନଗରର ତରୁଣ ଦାସ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ପ୍ରେସ ମିଟ କରି ଏଭଳି ସୂଚନା ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.