ETV Bharat / state

ତିନି ପ୍ରବାସୀ ଶ୍ରମିକଙ୍କୁ ମାଡମାରି ଲହୁଲୁହାଣ କଲେ ଟ୍ରକ ଡ୍ରାଇଭର - migrant workers beaten

ଟ୍ରକ ଡ୍ରାଇଭର ଅତି ନିର୍ଦ୍ଦୟ ପ୍ରବାସୀ ଶ୍ରମିକଙ୍କୁ ଲୁହା ରଡ଼ ଓ ଠେଙ୍ଗାରେ ମାଡ଼ ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ପରେ ଅଧା ରାସ୍ତାରେ ଛାଡ଼ି ଦେଇ ପଳାଇଛନ୍ତି ସମ୍ପୃକ୍ତ ଟ୍ରକ ଡ୍ରାଇଭର । ଏଭଳି ଅଭାବନୀୟ ଘଟଣା ଘଟିଛି ଟିକିରି ଥାନା ଶଙ୍କରଡ଼ା ନିକଟରେ । ଆହତ ପ୍ରବାସୀ ଶ୍ରମିକ ବହୁ କଷ୍ଟରେ ଚାଲି ଚାଲି ନିଜ ଗାଁରେ ପହଞ୍ଚିବା ପରେ ଏହି ଘଟଣା ପଦାକୁ ଆସିଛି ।

ତିନି ପ୍ରବାସୀ ଶ୍ରମିକଙ୍କୁ ମାଡମାରି ଲହୁଲୁହାଣ କଲେ ଟ୍ରକ ଡ୍ରାଇଭର

author img

By

Published : Jul 11, 2020, 12:24 AM IST

ରାୟଗଡା: ଟ୍ରକ୍ ଡ୍ରାଇଭରଙ୍କ ମାଡ଼ରେ ୩ ପ୍ରବାସୀ ଶ୍ରମିକ ଲହୁଲୁହାଣର ଭିଡିଓ ଭାଇରାଲ ପରେ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର ଟ୍ରକରେ ଯିବା ପାଇଁ 3 ପ୍ରବାସୀ ଶ୍ରମିକ ଲିପ୍ଟ ମାଗିଥିଲେ‌ । ଟ୍ରକ୍ ଡ୍ରାଇଭର ଗାଡ଼ି ନରଖିବା ପରେ ଶ୍ରମିକମାନେ ଟ୍ରକକୁ ପଥର ମାଡ଼ କରିଥିବା ଅଭିଯୋଗରେ ୩ ପ୍ରବାସୀ ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଟ୍ରକ୍ ଡ୍ରାଇଭର୍।

ତିନି ପ୍ରବାସୀ ଶ୍ରମିକଙ୍କୁ ମାଡମାରି ଲହୁଲୁହାଣ କଲେ ଟ୍ରକ ଡ୍ରାଇଭର

ଟ୍ରକ ଡ୍ରାଇଭର ଅତି ନିର୍ଦ୍ଦୟ ପ୍ରବାସୀ ଶ୍ରମିକଙ୍କୁ ଲୁହା ରଡ଼ ଓ ଠେଙ୍ଗାରେ ମାଡ଼ ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ପରେ ଅଧା ରାସ୍ତାରେ ଛାଡ଼ି ଦେଇ ପଳାଇଛନ୍ତି ସମ୍ପୃକ୍ତ ଟ୍ରକ ଡ୍ରାଇଭର । ଏଭଳି ଅଭାବନୀୟ ଘଟଣା ଘଟିଛି ଟିକିରି ଥାନା ଶଙ୍କରଡ଼ା ନିକଟରେ । ଆହତ ପ୍ରବାସୀ ଶ୍ରମିକ ବହୁ କଷ୍ଟରେ ଚାଲି ଚାଲି ନିଜ ଗାଁରେ ପହଞ୍ଚିବା ପରେ ଏହି ଘଟଣା ପଦାକୁ ଆସିଛି ।

ଟିକିରି ଥାନା ଶଙ୍କରଡା ପଞ୍ଚାୟତ ତୟାପୁଟ, ନକଟିଗୁଡା, ଫୋଟାଗାଡ଼ ଗ୍ରାମର ୩ ପ୍ରବାସୀ ଶ୍ରମିକ ଶୁକ୍ରବାର ସକାଳେ ୪ ନଂ ରାଜ୍ୟ ରାଜପଥରେ ଚାଲି ଚାଲି ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ରାୟଗଡ଼ାରୁ ଚାଉଳ ନେଇ କାଶୀପୁର ଅଭିମୁଖେ ଯାଉଥିବା ଟ୍ରକକୁ ଶ୍ରମିକମାନେ ଅଟକାଇ ଥିଲେ। ଟ୍ରକ୍ ଡ୍ରାଇଭର ଗାଡ଼ି ନରଖିବା ପରେ ଶ୍ରମିକମାନେ ଟ୍ରକକୁ ପଥର ମାଡ଼ ମରିଥିବା ଅଭିଯୋଗ ହୋଇଛି ।

ଡ୍ରାଇଭର କିଛି ଦୂରରେ ଗାଡ଼ି ରଖିବା ପରେ ୩ ଜଣ ଶ୍ରମିକ ଟ୍ରକ୍ ଉପରେ ଚଢିଥିଲେ। କିଛି ରାସ୍ତା ଯିବା ପରେ ଶଙ୍କରଡା ନିକଟସ୍ଥ ପଥରଚଟାଣ ପାଖରେ ଆଉ ଗୋଟିଏ ଟ୍ରକ ଆସିବା ଦେଖି ଗାଡ଼ି ଅଟକାଇ ଥିଲେ। ପରେ ଦୁଇ ଟ୍ରକ୍ ଡ୍ରାଇଭର ଓ କର୍ମଚାରୀ ମିଶି ଶ୍ରମିକଙ୍କୁ ଓହ୍ଲାଇବା ସହ ନିର୍ଘାତ ଭାବେ ମାଡ଼ ମାରିଥିଲେ। ତେବେ ଏନେଇ ନା ପୁଲିସ ନା ପ୍ରବାସୀ ଶ୍ରମିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.