ରାୟଗଡା: ଏଠାକାର ଅମ୍ବାଦଳା ଷ୍ଟେସନ ନିକଟରେ ସ୍ବାଭାବିକ ହେଲା ଟ୍ରେନ ଚଳାଚଳ । ଦୀର୍ଘ 36 ଘଣ୍ଟା ପରେ ଗଡିଲା ଟ୍ରେନ । ଲଗାଣ ବର୍ଷା ଯୋଗୁଁ ଷ୍ଟେସନ ନିକଟରେ ଧୋଇ ଯାଇଥିବା ରେଳ ଧାରଣା ମରାମତି ହେବା ପରେ ଧାରଣା ଉପରେ ଟ୍ରେନ ଗଡିଛି।
ପ୍ରଥମେ ଉକ୍ତ ଧାରଣା ଉପରେ ପରୀକ୍ଷାମୂଳକ ଭାବେ ଏକ ପଥର ବୋଝେଇ ଟ୍ରେନ ଛଡାଯାଇଥିବାବେଳେ ପରେ ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଉକ୍ତ ଧାରଣାରେ ଗତି କରିଥିଲା। ତେବେ ଦୁଇଟି ଧାରଣା ମଧ୍ୟରୁ କେବଳ ଗୋଟିଏ ଧାରଣାରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବାରୁ ଆଜି ମଧ୍ୟ ବହୁ ଟ୍ରେନକୁ ବାତିଲ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ