ETV Bharat / state

ଟ୍ରାକ ଉପରେ ପଡିଲା ପଥରଖଣ୍ଡ: ରାୟଗଡା-କୋରାପୁଟ ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ - ରାୟଗଡା ଖବର

ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲା । ବର୍ଷା ଯୋଗୁଁ ରେଳ ଧାରଣା ଉପରେ ବଡ ବଡ ପଥରଖଣ୍ଡ ଓ ଗଛ ପଡିବା କାରଣରୁ କୋରାପୁଟ ଓ ରାୟଗଡା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ଅଧିକ ପଢନ୍ତୁ

ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
author img

By ETV Bharat Odisha Team

Published : Sep 14, 2023, 7:44 AM IST

ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାୟଗଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାରେ ବ୍ୟାହତ ହେଲା ଟ୍ରେନ ଚଳାଚଳ । ୱାଲ୍ଟେୟାର ଡିଭିଜନ୍ ଅନ୍ତର୍ଗତ ରାୟଗଡାର ଟିକିରି ଓ ଲାଲିଗୁମା ମଧ୍ୟରେ ବୁଧବାର ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ଏହି ଟ୍ରାକରେ ବିରାଟ ପଥର ଖଣ୍ଡ ଓ ଗଛ ଉପୁଡି ପଡିଥିଲା । ଫଳରେ ରାୟଗଡା ଏବଂ କୋରାପୁଟ ମଧ୍ୟରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ଏପରିକି ଅନେକ ଜାଗାରେ ଟ୍ରେନ ଲାଇନ ଉପରେ ଦୁଇ ଫୁଟ ଉଚ୍ଚର ପାଣି ଚାଲୁଥିବାର ଦେଖାଯାଇଛି । ପରିସ୍ଥିତିକୁ ଦେଖି ଗତକାଲି(ବୁଧବାର) ବିଶାଖାପଟନମ-କୋରାପୁଟ ଡିଏମୟୁ, କୋରାପୁଟ-ବିଶାଖାପାଟନମ ଡିଏମୟୁ ଏବଂ ସାମଲେଶ୍ବରୀ ଟ୍ରେନ ସାମୟିକ ଭାବେ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । ପରେ ଟ୍ରାକରୁ ପଥର ଏବଂ ଗଛ କାଟି ସଫା କରିବା ପରେ ଟ୍ରେନ ଗୁଡିକ ବହୁ ବିଳମ୍ବରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତାୟାତ କରିଥିଲା ।

ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ସୂଚନାଥାଉ କି, ଗତ ୩ରୁ ୪ ଦିନ ଧରି କୋରାପୁଟ, ରାୟଗଡା ଓ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ରେଳ ଟ୍ରାକ ଜଳମଗ୍ନ ହୋଇଯାଇଛି । ବଡ ବଡ ବୋଲ୍ଡର ଧସି ଟ୍ରାକ ଉପରେ ପଡିଛି । ଗତକାଲି କୋରାପୁଟର ଇଞ୍ଜିନିୟରିଂ ଏବଂ ବୈଷୟିକ କର୍ମଚାରୀଙ୍କ ସହ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟିକିରି ଓ ଲାଲିଗୁମା ଷ୍ଟେସନ ମଧ୍ୟରେ ଟ୍ରାକରୁ ବୋଲ୍ଡର ଏବଂ ଗଛ କାଢି ଟ୍ରାକ ସଫା କରିଥିଲେ । ଏବେ ଏହି ରୁଟରେ ସବୁ ଯାତ୍ରୀବାହୀ ଟ୍ରେନ ଯିବା ପୂର୍ବରୁ ପାଇଲଟ ଟ୍ରେନ ଅନୁଧ୍ୟାନ କରୁଛି ।

ଏହାମଧ୍ୟ ପଢନ୍ତୁ: ଲଘୁଚାପରେ ପରିଣତ ହେଲା ସଦୃଶ ଘୁର୍ଣ୍ଣିବଳୟ, ଦୁଇଦିନ ପ୍ରବଳ ବର୍ଷା

ଗତ ମଙ୍ଗଳବାର ଦିନ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ରାୟଗଡା ଜିଲ୍ଲାରେ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବରେ ରାୟଗଡା ଜିଲ୍ଲାରେ ବର୍ଷା ଲାଗିରହିଛି । ଗତ 24 ଘଣ୍ଟା ମଧ୍ୟରେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ 83.0 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ରାମାନାଗୁଡା ବ୍ଲକରେ 45 .2 ମିଲିମିଟର, ମୁନିଗୁଡା ବ୍ଲକରେ 34.8 ମିଲିମିଟର, ବିଷମକଟକ ବ୍ଲକରେ 30.6 ମିଲିମିଟର ଏବଂ ରାୟଗଡା ବ୍ଲକରେ ସର୍ବାଧିକ 31.8 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ପଦ୍ମପୁର ବ୍ଲକସ୍ଥିତ ବଡନାଳ ଜଳଭଣ୍ଡାରରେ ଜଳ ସ୍ତର ବଢିବାରେ ଲାଗିଛି ।

ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଏହି ଜଳଭଣ୍ଡାରର କ୍ଷମତା 48 ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର 46 ମିଟରରେ ରହିଛି । ବଡନାଳ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ଫଳରେ ବୁଧବାର ଡ୍ୟାମର ଗୋଟିଏ ଗେଟକୁ ଖୋଲାଯାଇ ଏ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ତେବେ ଯଦି ବର୍ଷା ଲାଗି ରହେ ତାହେଲେ ଜିଲ୍ଲାରେ ପ୍ରବାହିତ ବଂଶଧାରା, ନାଗାବଳୀ, ଝଞ୍ଜାବତୀ ଭଳି ନଦୀରେ ବନ୍ୟା ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି । ତା' ସାଙ୍ଗକୁ ଏହି ଲଗାଣ ବର୍ଷା ଫଳରେ ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଘରଦ୍ବାର ଭାଙ୍ଗିବାର ସୂଚନା ରହିଛି । ତେବେ କେତେ ଜଣଙ୍କ ଘର ଭାଙ୍ଗିଛି ସେନେଇ ସଠିକ ସୂଚନା ମିଳିପାରିନି । ବର୍ଷାକୁ ଦୃଷ୍ଟିରେ ରାଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.