ETV Bharat / state

ରାୟଗଡାରେ ସ୍ୱାଭାବିକ ହେଲା ରେଳ ଚଳାଚଳ

ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ପରେ ଆଜି ସକାଳ 8.45ରୁ ଏହି ରୁଟ ଦେଇ ରେଳ ଚଳାଚଳ ଆରମ୍ଭ କରିଛି ।

author img

By

Published : Jun 26, 2019, 2:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ପରେ ସ୍ବାଭାବିକ ହୋଇଛି ରେଳ ଚଳାଚଳ । ଆଜି ସକାଳ 8.45ରେ ଏହି ରୁଟ ଦେଇ ହୀରାଖଣ୍ଡ ଏକ୍ସପ୍ରେସ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛି । ତେବେ ସବୁବେଳେ ଏହି ରୁଟରେ ଦୁର୍ଘଟଣା ଘଟୁଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିଶାଖାପାଟଣାସ୍ଥିତ ଡ଼ିଆରଏମ ଚେତନ କୁମାର ଶ୍ରୀବାସ୍ତବ ରାୟଗଡ଼ାରେ ପହଞ୍ଚିଥିଲେ । ଘଟଣାର ଅନୁଧ୍ୟାନ କରିବା ସହ ଏହି ରାସ୍ତାରେ ଟ୍ରେନ ଚଳାଚଳକୁ ସ୍ୱାଭାବିକ ପାଇଁ ପଦକ୍ଷେପ ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଗତକାଲି ସନ୍ଧ୍ୟା 4ଟା 30 ମିନିଟରେ ସିଙ୍ଗାପୁର ରୋଡ଼ ଓ କେଉଟଗୁଡ଼ା ମଝିରେ ଥିବା ଅଙ୍ଗୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ହାୱଡାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରାକ ଉପରେ କାମ କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନକୁ ଧକ୍କା ଦେଇଥିଲା । ଫଳରେ ମେଣ୍ଟେନାନ୍ସ ଇଞ୍ଜିନଟି ୨୦ମିଟର ଘୋଷାରି ହୋଇ ଯାଇଥିବାବେଳେ ଉଭୟ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏପରିକି ଉଭୟ ଲାଇନଚ୍ୟୁତ ହେବା ସହ ସମଲେଶ୍ୱରୀ ଏକ୍ସପ୍ରେସର ଗୋଟିଏ ବଗି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.