ETV Bharat / state

ଆଦିବାସୀଙ୍କ ଅନନ୍ୟ ପର୍ବ ‘ଟୋକିମରା’: ଗୋଟିଏ ମେଣ୍ଢାକୁ ଗୋଡାଏ ଶହଶହ ଟାଙ୍ଗିଆ

ଭଲ ଫସଲ ସାଙ୍ଗକୁ ଘରେ ସୁଖ ,ଶାନ୍ତି ଓ ଧନସମ୍ପତ୍ତି ବୃଦ୍ଧି ପାଇଁ ପ୍ରତିବର୍ଷ ଟୋକିମରା ପର୍ବ ପାଳନ କରନ୍ତି ରାୟଗଡା ଜିଲ୍ଲା କାଶିପୁରର ଆଦିବାସୀମାନେ । ଜାଣନ୍ତୁ ସମ୍ପୁର୍ଣ୍ଣ ଖବର...

toki mara festival
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jan 21, 2020, 10:13 PM IST

Updated : Jan 21, 2020, 10:56 PM IST

ରାୟଗଡା: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। କିନ୍ତୁ ରାୟଗଡା ଜିଲ୍ଲା କାଶିପୁରର ଆଦିବାସୀଙ୍କ ଟୋକି ମରା ପର୍ବ ସମସ୍ତ ପର୍ବ ଠାରୁ ନିଆରା । ଆଦିବାସୀମାନେ ସୂର୍ଯ୍ୟଙ୍କୁ ପିତା ଏବଂ ଧରଣୀ ବା ମାଟି ମାକୁ ମାତା ଭାବରେ ମାନନ୍ତି ଏବଂ ଭଲ ଫସଲ ସାଙ୍ଗକୁ ଘରେ ସୁଖ ,ଶାନ୍ତି ଓ ଧନସମ୍ପତି ବୃଦ୍ଧି ପାଇଁ ମାଙ୍କୁ ଖୁସି କରିବା ଆବଶ୍ୟକ ବୋଲି ସେମାନଙ୍କର ଧାରଣା ରହିଛି । ତେବେ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଟୋକିମରା ପର୍ବ ପାଳନ କରିଥାନ୍ତି ଆଦିବାସୀମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆବହମାନ କାଳରୁ ପାରମ୍ପରିକ ରିତିନୀତି ଅନୁସାରେ ପ୍ରତିବର୍ଷ ପୌଷ ମାସର ଶେଷ ରବିବାର ଦିନ ଟୋକିମରା ପର୍ବ ପାଳନ ହୋଇଥାଏ । ପ୍ରତି 3 ବର୍ଷରେ ଥରେ ଗୋଟିଏ ବିଶୀରେ ଏହି ପର୍ବ ଦିର୍ଘ ୬ ଦିନ ଧରି ପାଳିନ କରିଥାନ୍ତି ଆଦିବାସୀମାନେ । ଏହି ପର୍ବ ମୂଖ୍ୟତଃ ଅଞ୍ଚଳର ଝଡିଆ, ପରଜା, ପେଙ୍ଗୁ ଏବଂ କନ୍ଧ ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି ।

ଇତିହାସ କୁହେ, ରାଜା ଶାସନ କାଳରୁ ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳକୁ 7ଟି ବିଶୀରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟକ ବିଶୀରେ ଥିଲେ ପ୍ରାୟ ୧୫ଟି ଗାଁ । ତେବେ ଏହି 7 ବିଶୀର କେଉଁ ଗ୍ରାମରେ ଟୋକିମରା ପର୍ବ ପାଳନ କରାଯିବ ତାହା ଗ୍ରାମର ଦିସାରି, ଜାନି, ମୁଦୁଲି ଓ ଗାଉଁଟିଆ ମାନେ ଗାଁ ମୁଣ୍ଡରେ ଥିବା ନିଶାଣିମୁଣ୍ଡା ନିକଟରେ ପୂଜା ଅର୍ଚ୍ଚନା କରି ସମୟ ଏବଂ ତିଥି ନିର୍ଘଣ୍ଟ କରନ୍ତି । ପରେ ରାଜାଙ୍କୁ ସୂଚନା ଦେବାପାଇଁ ସମ୍ପୃକ୍ତ ବିଶୀର ମୂଖ୍ୟ ଭେଟିଧରି ଦଶହରାର ମହାଷ୍ଟମୀ ଦିନ ରାଜମହଲକୁ ଯାଇଥାନ୍ତି । ଏହାପରେ ରାଜା ସମ୍ମତି ଆକାରରେ ମୁଦଦିଆ ହାଣ୍ଡି ଉପରେ ନିଜ ହାତରେ ପିନ୍ଧିଥିବା ମୁଦିର ଚିହ୍ନ ବା ଛାପ ଦେଇଥାନ୍ତି । ଏହାପରଠାରୁ ଗ୍ରାମବାସୀ ମାନେ ରାଜାଙ୍କ ଆଦେଶକ୍ରମେ ଟୋକିମରା ପର୍ବ ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଥାନ୍ତି ।

ପୂର୍ବରୁ ଟୋକିମରା ପର୍ବରେ ଧରିଣୀ ପେନୁ ଅର୍ଥାତ ମାଟି ମା ଉଦେଶ୍ୟରେ ଜଣେ ଅବିବାହିତ ଯୁବତୀଙ୍କୁ ଉତ୍ସର୍ଗ କରାଯାଇ ତାକୁ ବଳି ଦିଆଯିବାର ପରମ୍ପରା ରହିଥିଲା । କିନ୍ତୁ ସମୟ ପରିବର୍ତ୍ତନ ସହ ମଣିଷ ବଳି ପ୍ରଥା ମଧ୍ୟ ବନ୍ଦ କରିଦେଇଛି । ଯୁବତୀ ବଦଳରେ ମେଣ୍ଢାକୁ ବଳି ଦିଆଗଲା । ଗାଁରେ ଥିବା ନିସାଣିମୁଣ୍ଡାରେ ପୂଜା ଅର୍ଚ୍ଚନା କରି ଧରଣୀ ପେନୁ ଉଦେଶ୍ୟରେ ଏକ ମେଣ୍ଢାକୁ ଘର ଘର ବୁଲାଇ ପୂଜା କରାଯାଇଥାଏ । ଉକ୍ତ ଗ୍ରାମର ଯୁବତୀ ମାନଙ୍କ ମଧ୍ୟରୁ ଦିସାରି ଦ୍ବାରା ମନୋନୀତ ଯୁବତୀ ସୂର୍ଯ୍ୟୋଦୟ ପୂର୍ବରୁ ପୂଜା ପାଇଁ ଝରଣାରୁ ମାଟିହାଣ୍ଡିରେ ପାଣି ସଂଗ୍ରହ କରି ଏକ ପଟୁଆର ସହିତ ଗ୍ରାମର ଅସ୍ଥାଇ ନିଶାଣିମୁଣ୍ଡା ନିକଟକୁ ନେଇଥାଏ । ଏହାପରେ ଶୋଭାଯାତ୍ରା କରି ବଳିପାଇଁ ମେଣ୍ଢାକୁ ନିଆଯାଏ । ସଭିଁଏ ଗୋଟିଏ ଗୋଟିଏ ଅସ୍ତ୍ର ଧରି ମେଣ୍ଢାକୁ ଆକ୍ରମଣ କରନ୍ତି । କାରଣ ମେଣ୍ଢା ଦେହରୁ ଝରିପଡୁଥିବା ରକ୍ତ ମାଟିରେ ପଡିବା ଦ୍ବାରା ଧରଣୀ ପେନୁ ଶାନ୍ତ ହୋଇଥାନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି । ଏହାପରେ ଶହ ଶହ ଟାଙ୍ଗିଆ ଚୋଟରେ ଖଣ୍ଡବିଖଣ୍ଡିତ ହୋଇଥିବା ମେଣ୍ଢାର ମାଂସ ଖଣ୍ଡ ନେବା ପାଇଁ ବିଶୀର ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗେ । ଏହି ମାସଂ ଖଣ୍ଡକୁ ନେଇ ନିଜ ଘର କୋଠା ମଝିରେ ଏବଂ ନିଜ ଜମିରେ ପୋତିଲେ ଜମିରେ ଭଲ ଫସଲ ସାଙ୍ଗକୁ ଘରେ ସୁଖ, ଶାନ୍ତି ଓ ଧନସମ୍ପତି ବୃଦ୍ଧିପାଇଥାଏ ବୋଲି ଆଦିବାସୀଙ୍କ ବିଶ୍ବାସ ରହିଛି । ତେବେ ଚଳିତ ବର୍ଷ ଏହି ପର୍ବ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସୁରୁଗୁଜାଂ , ବିରବଫଲା, ମହାଜାଲ ଏବଂ କାଙ୍ଗୁତୁମାରେ ପାଳିତ ହୋଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସରିଲା କାଶୀପୁରୀଆଙ୍କ ନିଆରା ଟୋକିମରା ପରବ Body:ବାର ମାସରେ ତେର ପରବ,କିନ୍ତୁ ଏହି ପରବଟି ସମସ୍ତ ପରବ ଠାରୁ ନିଆରା ।କେଉଁ ଆବହମାନ କାଳରୁ ପାରମ୍ପରିକ ରିତି ଅନୁସାରେ ପ୍ରତିବର୍ଷ ପୈଷ ମାସର ଶେଷ ରବିବାର ଦିନ ଟୋକିମରା ପରବ ପାଳନ ହୋଇଥାଏ । ପ୍ରତି 3 ବର୍ଷରେ ଥରେ ଗୋଟିଏ ବିଶୀରେ ଏହି ପର୍ବ ଦିର୍ଘ ୬ଦିନ ଧରି ପାଳିନ କରିଥାନ୍ତି । ଏହି ପର୍ବ ମୂଖ୍ୟତଃ ଏହିଅଞ୍ଚଳର ଝଡିଆ,ପରଜା,ପେଙ୍ଗୁ କାନ୍ଧ ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି । ଇତିହାସ କାହେ ରାଜାରାଜୁଡି ଅମଳ କାଳରୁ ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳକୁ ୬ଟି ବିଶୀ ରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟକ ବିଶୀରେ ଥିଲେ ପ୍ରାୟ ୧୫ଟି ଗାଁ । ତେବେ ଏହି 6 ବିଶୀର କେଉଁ ଗ୍ରାମରେ ଟୁକିମରା ପରବ ପାଳନ କରାଯିବ ତାହା ଗ୍ରାମର ଦିସାରି,ଜାନି,ମୁଦୁଲି,ଗାଉଁଟିଆ ମାନେ ଗାଁ ମୁଣ୍ଡରେ ଥିବା ନିଶାନମୁଣ୍ଡା ପାଖରେ ପୂଜା ଅର୍ଚନା କରି ସମୟ,ତିଥି ନିର୍ଘଣ୍ଟ କରିଥ୍ନ୍ତି । ପରେ ରାଜାଙ୍କୁ ସୂଚନା ଦେବାପାଇଁ ସମ୍ପୃକ୍ତ ବିଶୀର ମୂଖ୍ୟ ଭେଟିଧରି ଦଶହରାର ମହାଷ୍ଟମି ଦିନ ରାଜା ଉଆସକୁ ଯାଇଥାନ୍ତି । ରାଜାଙ୍କ ସମ୍ମତି ଆକାରରେ ମୁଦଦିଆ ହାଣ୍ଡି ଉପରେ ନିଜ ହାତରେ ପିନ୍ଧିଥିବା ମୁଦିର ଛାପା ଦେଇଥାନ୍ତି । ଏହାପରଠାରୁ ଗ୍ରାମବାସି ମାନେ ରାଜାଙ୍କ ଆଦେଶ ମାନି ଟୁକିମରା ପରବ ପାଇଁ ପ୍ରସ୍ତୁତ ଆରମ୍ବ କରିଦେଇଥାନ୍ତି । ପୂର୍ବରୁ ଟୋକିମରା ପରବ ଅର୍ଥାତ ଧରିଣିପେନୁ ଉଦେଶ୍ୟରେ ଜଣେ ଯୁବତିଙ୍କୁ ଉତ୍ସର୍ଗ କରାଯାଇ ତାକୁ ବଳି ଦିଆଯିବାର ପରମ୍ପରା ରହିଆସିଥିଲା କିନ୍ତୁ ସମୟ ପରିବର୍ତ୍ତନ ସହ ମଣିଷ ବଳି ପ୍ରଥା ବନ୍ଦ ହୋଇଯାଇଛି । ତା ବଦଳରେ ମେଣ୍ଢାକୁ ବଳି ଦିଆଯାଏ । ଗାଁରେ ଥିବା ନିସାନମୁଣ୍ଡାରେ ପୂଜା ଅର୍ଚନା କରି ଧରଣୀ ପେନୁ ଉଦେଶ୍ୟରେ ଏକ ମେଣ୍ଡାକୁ ଘର ଘର ବୁଲାଇ ପୂଜା କରାଯାଇଥାଏ । ଉକ୍ତ ଗ୍ରାମର ଯୁବତି ମାନଙ୍କ ମଧ୍ୟରୁ ଦିସାରି ଦ୍ବାରା ମନୋନିତ ଯୁବତି ସୂର୍ଯ୍ୟ ଉଦୟ ପୂର୍ବରୁ ପୂଜା ଉଧେସ୍ୟରେ ଝରଣାରୁ ମାଟିହାଣ୍ଡିରେ ପଣି ସଂଗ୍ରହ କରି ସେଥିରେ ଯେମିତି ସ୍ବର୍ଯ୍ୟକିରଣ ନପଡିବ ତାହାକୁ ମଝିରେ ରଖି ଏକ ପଟୁଆର ସହିତ ଗ୍ରାମର ଅସ୍ଥାଇ ନିଶାନ ମୁଣ୍ଡା ନିକଟକୁ ନିଆଯାଇଥାଏ । ତାପରେ ପଟୁଇରରେ ମେଣ୍ଡାକୁ ନିଆଯିବା ସମୟରେ ସଭିଁଏ ଗୋଟିଏ ଗୋଟିଏ ଅସ୍ତ୍ର ଧରି ମେଣ୍ଡାକୁ ଆକ୍ରମଣ କରିବା ଫଳରେ ମେଣ୍ଢା ଦେହରୁ ଝରିପଡୁଥିବା ରକ୍ତ ମାଟିରେ ପଡିବା ଦ୍ବାରା ଧରଣୀ ପେନୁ ଶାନ୍ତୀ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ପୂଜା ମଣ୍ଡପରେ କ୍ଷତ ବିକ୍ଷେତ ମେଣ୍ଡାକୁ ଧରତି ପେନୁ କୋଳରେ ସୁଆଇ ବିଶୀର ପ୍ରତ୍ୟକ ଗ୍ରାମରୁ ଆସିଥିବା ଟାଙ୍ଗିଆ ଧାରିମାନେ ପ୍ରହାର କରିଥାନ୍ତୀ । ଶହ ଶହ ଟାଙ୍ଗିଆ ମାଡରେ ମେଣ୍ଡାର ଶରିର ଖଣ୍ଡବିଖଣ୍ଡ ମାଂସ ତୁକୁଡାଟିଏ ନେବା ପାଇଁ ବିଶିର ଗ୍ରାମବାସିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗେ । ଏହି ମାସଂ ଖଣ୍ଡକୁ ନେଇ ନିଜ ଘର କୋଠା ମଝୀରେ ଏବଂ ଆଉ ଖଣ୍ଡିଏ ନିଜ ଜମିରେ ପୋତିଥାନ୍ତୀ । ବିଶ୍ବାସ ରହିଛି ଏହା ଦ୍ବାରା ଜମିରେ ଭଲ ଫସଲ ସାଙ୍ଗକୁ ଘରେ ସୁଖ ,ଶାନ୍ତୀ ଓ ଧନସମ୍ପତି ବଢିଥାଏ । ଏହି ବର୍ଷ ରାୟଗଡ଼ ଜିଲ୍ଲାର କାଶୀପୁର ବ୍ଲକର ସୁରୁଗୁଜାଂ ଗାଁରେ ,ବିରବଫଲା,ମହାଜାଲ,କାଙ୍ଗୁତୁମାରେ ଏହି ବର୍ଷ ପାଳିତ ହୋଇଯାଇଛି।ଏହାକୁ ଦେଖିବା ପାଇଁ ପ୍ରବଳ ଲୋକ ଯୋଗଦେଇଥାନ୍ତି ।
ବାଇଟ - 1 ପୁରନ୍ଦର ଝୁଡିଆ (ସିରିଗୁଡା ବାସିନ୍ଦା ) , 2 - ଗୋବିନ୍ଦ ଝୁଡିଆ (ସିରିଗୁଡା ବାସିନ୍ଦା ) 3- ସୁମନୀ ଝୁଡିଆ ( କାଶୀପୁର ବାସିନ୍ଦା )
4 - ଧନେଶ୍ଵର ଝୁଡିଆ (ଗୋତିଗୁଡା ବାସିନ୍ଦା )
ପି ଟୁ ସି - ଓପନିଙ୍ଗ , ମିଡ , କ୍ଲୋଜିଂ.......
Conclusion:ସରିଲା କାଶୀପୁରୀଆଙ୍କ ନିଆରା ଟୋକିମରା ପରବ
Last Updated : Jan 21, 2020, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.