ETV Bharat / state

ନକ୍ସଲ ଅଞ୍ଚଳରେ କାମ କରିବା ସବୁଠୁ ବଡ ଚ୍ୟାଲେଞ୍ଜ: ଏସପି ଡା.ଶ୍ରବଣ ବିବେକ

author img

By

Published : Dec 27, 2020, 9:54 AM IST

ଏସପି ଡା.ଶ୍ରବଣ ବିବେକ ଏମଙ୍କୁ ରାୟଗଡାରୁ କଳାହାଣ୍ଡିକୁ ସ୍ଥାନାନ୍ତର କରାଯାଇଛି । 22 ମାସ ଧରି ରାୟଗଡା ଜିଲ୍ଲାରେ ଏସପି କିଭଳି କାମ କରିଥିଲେ ଓ କଣ କଣ ତାଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା ସେନେଇ ଅନୁଭୂତି ବଖାଣିଛନ୍ତି ।

ନକ୍ସଲ ଅଞ୍ଚଳରେ କାମ କରିବା ସବୁଠୁ ବଡ ଚ୍ୟାଲେଞ୍ଜ

ରାୟଗଡା: ଏସପି ଡା. ଶ୍ରବଣ ବିବେକ ଏମଙ୍କୁ ରାୟଗଡାର କଳାହାଣ୍ଡିକୁ ସ୍ଥାନାନ୍ତର କରାଯାଇଛି । ଦୀର୍ଘ 22 ମାସ ଧରି ରାୟଗଡାରେ ରହି ଜିଲ୍ଲାବାସୀ ପାଇଁ ଅନେକ କାମ କରିଛନ୍ତି ଏସପି ଶ୍ରବଣ ବିବେକ ଏମ । ନକ୍ସଲ ପ୍ରବଣ ଅଞ୍ଚଳରେ ଏସପି କିଭଳି କାମ କରିଥିଲେ ଓ କଣ କଣ ତାଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା ସେନେଇ ଆଜି ଆମ ଇଟିଭି ଭାରତର ପ୍ରତିନିଧିଙ୍କ ଆଗରେ ଅନେକ ଅନୁଭୂତି ବଖାଣିଛନ୍ତି ।

ଲୋକଙ୍କ ନିକଟର ହୋଇପାରିଲେ ସେମାନଙ୍କ ଆସ୍ଥାଭାଜନ ହୋଇପାରେ । ଆଉ ଏଥିରେ କୌଣସି ଦ୍ବିମତ ନାହିଁ ବୋଲି କହିଛନ୍ତି ଯୁବ ଆଇପିଏସ ଅଫିସର ଡା.ଶର୍ବଣ । ତାଙ୍କ ଉଦ୍ୟମରେ ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ସଫଳ ପାଇଛି । ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ମାଓ ଗତିବିଧି ରହିଥିବାରୁ ତାକୁ ପ୍ରତିହତ କରିବାକୁ ରାୟଗଡା ଜିଲ୍ଲାର ଅନୁଭୂତି କାମରେ ଆସିବ ବୋଲି ସେ କହିଛନ୍ତି । ତେବେ ସେଠାରେ ସାଇବର କ୍ରିମ ଉପରେ ଗୁରୁତ୍ଵ ଦେବା ସହ ସାଧାରଣ ଲୋକଙ୍କୁ ସାଇବର ଠକ ଦିଗରେ ଅଧିକରୁ ଅଧିକ କାମ କରିବେ ଏଥିସହ ଦୁର୍ଗମ ଅଞ୍ଚଳରେ କିପରି ସରକାରଙ୍କ ଯୋଜନା ପହିଞ୍ଚି ପାରିବ ସେ ଦିଗରେ କାମ କରିବେ ବୋଲି ‘ଇଟିଭି ଭାରତ’କୁ ସାକ୍ଷାତକାର ଦେଇ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.