ETV Bharat / state

୩୦ ମିନିଟର କାଳବୈଶାଖୀ, ଉଜାଡିଦେଲା ନିର୍ବାଚନ ପ୍ରସ୍ତୁତି

ରାୟଗଡାରେ କାଳବୈଶାଖୀ । 30 ମିନଟର ପବନ ବର୍ଷା ଉଜାଡି ଦେଲା ନିର୍ବାଚନୀ ପ୍ରସ୍ତୁତି । ସହରର ବିଭିନ୍ନ ସ୍ଥାନରେ ଥିବା ବିଶାଳ ଗଛ ସବୁ ଭାଙ୍ଗି ଧରାଶାୟୀ ହୋଇପଡିଛନ୍ତି ।

author img

By

Published : Apr 9, 2019, 3:45 AM IST

Updated : Apr 9, 2019, 8:02 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲାରେ ୩୦ମିନିଟର କାଳବୈଶାଖୀ । ଉଜାଡିଦେଲା ଗୋବିନ୍ଦଚନ୍ଦ୍ର ଦେବ ପଡିଆରେ ଚାଲିଥିବା ନିର୍ବାଚନ ପ୍ରସ୍ତୁତି । ଧରାଶାୟୀ ହୋଇପଡିଲା ବଡବଡ ଗଛ । ପବନ ମାଡରେ ବହୁ ବିଦ୍ୟୁତ ଖୁଣ୍ଟ ଉପୁଡି ଭୁଇଁରେ ଲେଉଟିପଡିଛି । ଏଥିଯୋଗୁଁ ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ସବୁକିଛି ସ୍ୱାଭାବିକ ରହିଥିଲା । ହଠାତ ସନ୍ଧ୍ୟା ୭ଟା ୪୫ ମିନଟ ସମୟରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ପ୍ରବଳ ପବନ ସାଙ୍ଗକୁ ବର୍ଷା ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା ସମଗ୍ର ସହରକୁ । ପବନର ବେଗ ଏତେ ପ୍ରଖର ଥିଲା ଯେ ନିର୍ବାଚନ ପାଇଁ ଜିସିଡି ପଡିଆରେ ଚାଲିଥିବା ପ୍ରସ୍ତୁତିକୁ ଛାରଖାର କରିଦେଇଛି । ପୁଲିଂ କର୍ମଚାରୀଙ୍କ ପାଇଁ ଲଗାଯାଇଥିବା ଟେଣ୍ଟକୁ ଉପାଡି ଦେଇଥିବା ବେଳେ ସେଥିରେ ଖଞ୍ଜାଯାଇଥିବା ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ଭାଙ୍ଗିରୁଞ୍ଜି ଯାଇଥିବା ଦେଖାଦେଇଛି ।

ପଡିଆ ଭିତରେ ରଖାଯାଇଥିବା କିଛି ଯାନବାହାନ ଉପରେ ଟେଣ୍ଟ ପଡି ଆଂଶିକ କ୍ଷତି ଘଟିଛି । ଏପଟେ ରାତିକ ମଧ୍ୟରେ ପୁଣିଥରେ ସମସ୍ତ ପ୍ରସ୍ତୁତି ସାରିବାକୁ ପ୍ରୟାସ ଜାରି ରହିଛି । ଅପରପକ୍ଷରେ ବସଷ୍ଟାଣ୍ଡ ଠାରୁ ଚିକିତ୍ସାଳୟକୁ ଯାଉଥିବା ରାସ୍ତା ଉପରେ ଗୋଟିଏ ବଡ ଗଛ ପଡିରହିଥିବା ବେଳେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଗୋଟିଏ ଗଛ ପଡି ରହିଛି । ଏପରିକି ସହରର ଅନ୍ୟ ସ୍ଥାନରେ ବହୁ ଗଛ ପଡିରହିଥିବା ବେଳେ ଅନେକ ବିଦ୍ୟୁତ ଖୁଣ୍ଟ ଗୁଡିକ ଭୂଇଁରେ ପଡିରହିଥିବା ଦେଖିବାକୁ ମିଳିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

SGSFG

Conclusion:
Last Updated : Apr 9, 2019, 8:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.