ETV Bharat / state

ପ୍ରସିଦ୍ଧ ଗଦଗଦା ଯାତ୍ରା: କୋଭିଡ କଟକଣା ସତ୍ତ୍ବେ ଏକାଠି ହେଲେ ହଜାର ହଜାର ଭକ୍ତ

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ବହୁ ସମାଗମ । ଅଧିକ ପଢନ୍ତୁ....

ପ୍ରସିଦ୍ଧ ଗଦଗଦା ଯାତ୍ରା, କୋଭିଡ କଟକଣା ସତ୍ତ୍ବେ ହଜାର ହଜାର ଭକ୍ତଙ୍କ ସମାଗମ

author img

By

Published : Feb 27, 2021, 11:01 PM IST

ରାୟଗଡ଼ା: ଆଜି ପବିତ୍ର ମାଘ ପୂର୍ଣ୍ଣିମା ବା ଅଗିରା ପୁନେଁଇ ଅବସରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେଉଥିବା ବେଳେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ବହୁ ସମାଗମ ହୋଇଛି।

ପ୍ରସିଦ୍ଧ ଗଦଗଦା ଯାତ୍ରା, କୋଭିଡ କଟକଣା ସତ୍ତ୍ବେ ହଜାର ହଜାର ଭକ୍ତଙ୍କ ସମାଗମ

ଚଳିତ ବର୍ଷ କୋଭିଡ କଟକଣା ରହିଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗ ଆଗରେ ହାର ମାନିଛି ସମସ୍ତ ପ୍ରକାର କଟକଣା । ଏହି ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଗୋଟିଏ ଦିନରେ ଏଠାରେ ପଥରଖୋଲ ମଧ୍ୟରେ ପ୍ରଭୁ ନୀଳକଣ୍ଠେଶ୍ବର ପୂଜା ପାଇଥାନ୍ତି । ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ନୀଳକଣ୍ଠେଶ୍ବରଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଗବାନ ଶିବଙ୍କ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ଏହି ଯାତ୍ରା ଅବସରରେ ଆଖପାଖ ଅଞ୍ଚଳର ସମେତ ପଡୋଶୀ ଆନ୍ଧ୍ରର ଲୋକମାନେ ମଧ୍ୟ ଏଠାକୁ ଆସି ସାମିଲ ହୋଇଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହି ଯାତ୍ରା ପ୍ରାୟ ଦୀର୍ଘ ଏକ ଶହ ବର୍ଷ ତଳୁ ହୋଇ ଆସୁଛି । ମାନସିକ ପୂରଣ ପରେ ଏଠାରେ ମୁଣ୍ଡନ କରାଇବା ବିଧି ମଧ୍ୟ ରହିଛି । ସେହିପରି ପ୍ରଭୁ ରାମଚନ୍ଦ୍ର ପାଦଚିହ୍ନ ଏଠାରେ ପ୍ରତ୍ୟକ୍ଷ ବିଦ୍ୟମାନ ବୋଲି ବିଶ୍ବାସ କରାଯାଏ । ଝରଣାପାଣି ଉପରୁ ପଡି ଉତ୍ତର ଦିଗରେ ପ୍ରବାହିତ ହେଉଥିବାରୁ ଏହାକୁ ଉତ୍ତରଗଙ୍ଗା ବୋଲି ମଧ୍ୟ କୁହାଯାଏ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.