ETV Bharat / state

ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ, ବିପୁଳ ପରିମାଣରେ ସୁନା ଅଳଙ୍କାର ଜବତ - rayagada thief news

ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଲୁଟେରା ଙ୍ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାବେଳେ ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଏହି ଘଟଣାର ମାଷ୍ଟରମାଇଣ୍ଡ ତାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...

ଚୋର ଦଳକୁ ଧରିଲା ପୋଲିସ, ବିପୁଳ ପରିମାଣରେ ସୁନା ଅଳଙ୍କାର ଜବତ

author img

By

Published : Sep 11, 2020, 9:09 PM IST

ରାୟଗଡା: ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ତିନି ଚୋରକୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବ୍ୟାପକ ପରିମାଣରେ ସୁନା ଓ ଅଳଙ୍କାର ଜବତ କରିଛି ପୋଲିସ ।

ଚୋର ଦଳକୁ ଧରିଲା ପୋଲିସ, ବିପୁଳ ପରିମାଣରେ ସୁନା ଅଳଙ୍କାର ଜବତ

ସୂଚନାଅନୁଯାୟୀ ରାୟଗଡା ଜିଲ୍ଲା ସଦର ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟ ପଞ୍ଚାୟତର ଅମ୍ଲାଭଟା ଅଞ୍ଚଳରୁ ଗତ ଅଗଷ୍ଟ 16 ତାରିଖ ରେ ପ୍ରଶ୍ନ କୁମାର ପ୍ରଧାନଙ୍କ ଘରୁ ପ୍ରାୟ 90 ହଜାରରୁ ଅଧିକ ଟଙ୍କା ଓ ସୁନା ଅଲଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା l ଏନେଇ ଚାନ୍ଦିଲି ଥାନା ପକ୍ଷରୁ ତଦନ୍ତ ଚାଲିଥିଲା । ତେବେ CCTV ଫୁଟେଜକୁ ଆଧାର କରି ଆଜି 3 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ଚାନ୍ଦିଲି ପୋଲିସ l ଗିରଫ ଚୋର ମାନେ ସମସ୍ତେ ରାୟଗଡା ସହରର ହୋଇଥିବା ବେଳେ ସେମାନଙ୍କ ପାଖରୁ ପୋଲିସ ସୁନା କାନଫୁଲ 3 ହଳ , ଗୋଟିଏ ହାର , ଦୁଇଟି ଚେନ , ରୂପା ପାଉଁଜି ତିନି ହଳ ଜବତ କରିଛି l CCTVଫୁଟେଜ ଅନୁଯାୟୀ ଚୋରିପାଇଁ ବ୍ୟବହାର କରୁଥିବା ବାଇକ ଯାହାର ନମ୍ବର -AP31BF 7836 ପଲସର ଗାଡିକୁ ଟ୍ରାକ କରୁଥିଲା ପୋଲିସ ।

ଏହି ମୋଟର ସାଇକେଲଟି ରାୟଗଡାରେ ବୁଲୁଥିବା ଦେଖି ସନ୍ଦେହରେ ପୋଲିସ ଅଟକ ରଖି ଚୋର ମାନଙ୍କୁ ଧରିବାରେ ସକ୍ଷମ ହୋଇଥିବା କହିଛିନ୍ତି ଡିଏସପି । ତେବେ ଶୁକ୍ରବାର ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାବେଳେ ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଏହି ଘଟଣାର ମାଷ୍ଟରମାଇଣ୍ଡ ତାକୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ପୋଲିସ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.