ରାୟଗଡ଼ା: ଗୁଣପୁର ଠାକୁରାଣୀ ମନ୍ଦିରରୁ ପୁଣି ଚୋରି । ଦୁଇ ମାସ ପୂର୍ବରୁ ଏହି ମନ୍ଦିରରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ଲୁଟ୍ ହୋଇଥିଲା । ସେହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ବି ଅଭିଯୁକ୍ତକୁ ଗୁଣପୁର ପୋଲିସ ଧରିପାରିନଥିବା ବେଳେ ପୁଣିଥରେ ସମାନ ଘଟଣା ଘଟିଛି ।
ସୂଚନା ଅନୁସାରେ ଗତ ରାତିରେ ଠାକୁରାଣୀ ମନ୍ଦିରରୁ ପୁଣିଥରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୨ କିଲୋରୁ ଊର୍ଦ୍ଧ୍ବ ଓଜନ ବିଶିଷ୍ଟ ମା'ଙ୍କର ରୂପାର ପାଦ ସହିତ ସୁନା ଅଳଙ୍କାର ଚୋରି ହୋଇଥିବା ମନ୍ଦିର ପୂଜକ ଅଭିଯୋଗ କରିଛନ୍ତି । ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ପ୍ରଥମ ଚୋରି ଘଟଣାକୁ ୨ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ଇଟିଭି ଭାରତ, ରାୟଗଡ଼ା