ରାୟଗଡ଼ା: ଦିନକୁ ଦିନ ଦେଶ ତଥା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଭାରତର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 4543 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା 125କୁ ବୃଦ୍ଧିପାଇଛି । ସେହିଭଳି ଓଡ଼ିଶାରେ ସୋମବାର ମଧ୍ୟାହ୍ନ ସୁଧା 39 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣ ସୁସ୍ଥ ହୋଇ ଫେରିଛନ୍ତି ।
ତେବେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ବୃଦ୍ଧିକୁ ଦେଖି ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି କୋଭିଡ଼-19 ଆଇନ। ବିଶେଷକରି ସାମାଜିକ ଦୂରତା ଉପରେ ଏବେ ଗୁରୁତ୍ବ ଦେଇଛନ୍ତି ସରକାର । ସେନେଇ ସୋମବାର ଜିଲ୍ଲାବାସୀଙ୍କୁ ଉଭୟ ଜିଲ୍ଲାପାଳ ଏବଂ ଏସପି ମିଳିତଭାବେ ସୋସିଆଲ ମିଡ଼ିଆରେ ଅପିଲ କରୁଥିବା ଦେଖିବାକୁ ମିଳିଛି ।
ସାରା ରାଜ୍ୟରେ ଲକଡ଼ାଉନ କଡ଼ା କଡ଼ି ଥିବା ବେଳେ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ସାମାଜିକ ଦୂରତା ଉପରେ ଏବେ ଗୁରୁତ୍ବ ଦେଉନଥିବାରୁ ଆଗାମୀ ଦିନରେ ଏଦିଗରେ କଡ଼ା କର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଉଭୟେ । ଦରକାର ପଡ଼ିଲେ ସେହି ବ୍ୟବସାୟ ପ୍ରତିଷ୍ଠାନକୁ ସିଲ କରିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଏସପି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ