ETV Bharat / state

ରାୟଗଡାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - first Covid Hospital to open in Raygada

କୋରୋନା ରୋଗୀଙ୍କ ଚିକିତ୍ସାକୁ ନେଇ ରାୟଗଡାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏବେ ଜିଲ୍ଲାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିଲ୍ଲାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ
ଜିଲ୍ଲାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ
author img

By

Published : Apr 9, 2020, 8:33 PM IST

ରାୟଗଡ଼ା: ଜିଲ୍ଲାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ । କୋରୋନା ରୋଗୀଙ୍କ ଚିକିତ୍ସାକୁ ନେଇ ରାୟଗଡାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କୋରୋନାର ଭୟାବହତାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଧିକରୁ ଅଧିକ ଲୋକଙ୍କ ସ୍ବାବଟେଷ୍ଟ ସାଙ୍ଗକୁ ଚିକିତ୍ସା ବ୍ୟବସ୍ଥା । ସେଥିପାଇଁ ଜିଲ୍ଲାର ୬ ଟି ସ୍ଥାନରେ କୋଭିଡ଼ ହସ୍ପିଟାଲ ପାଇଁ ଚିହ୍ନଟ କରାଯାଇଛି ।

ଜିଲ୍ଲାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ

ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୧୦ କିଲୋମିଟର ଦୂର ଜେକେପୁରର ଇଏସଆଇ ହସ୍ପିଟାଲକୁ ସମ୍ପୁର୍ଣ୍ଣ ଭାବେ କୋଭିଡ଼ ହସ୍ପିଟାଲ ରୁପେ ରୁପାନ୍ତରିତ କରାଯାଇଛି । ୧୦୦ଟି ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ରୋଗୀଙ୍କ ନଜଲ ସ୍ବାବ ସଂଗ୍ରହ ସାଙ୍ଗକୁ ସଦିଗ୍ଧ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରାଯିବ । ତାସହ ଏହି ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବତନ୍ତ୍ର ଡ଼ାକ୍ତରୀଦଳ ଏବଂ ପାରାମେଡ଼ିକାଲ ଟିମ ସେଠାରୁ ୨ କିଲୋମିଟର ଦୂର ମଡ଼େଲ ଡ଼ିଗ୍ରୀ କଲେଜ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ
ଜିଲ୍ଲାରେ ଖୋଲିବ ପ୍ରଥମ କୋଭିଡ଼ ହସ୍ପିଟାଲ

ଏହି ଟିମ ଘରକୁ ନଯାଇ ଏହି କଲେଜରେ ରହିବେ ଏବଂ ସିଫଟ ଅନୁଯାଇ ରୋଗୀଙ୍କ ଚିକିତ୍ସା କରିବେ ବୋଲି ଜଣାପଡ଼ିଛି । ତେବେ ଗୁରୁବାର ରାୟଗଡ଼ାସ୍ଥିତ ପୁର୍ତବିଭାଗର କାର୍ଯ୍ୟନିର୍ବାହି ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ ଇଏସଆଇ ହସ୍ପିଟାଲ ଆସି ନବନିର୍ମିତ କୋଭିଡ଼ ହସ୍ପିଟାଲର ସମୀକ୍ଷା କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.