ETV Bharat / state

ରେଳ ଫାଟକକୁ ଧକ୍କା ଦେଲା ଟ୍ୟାଙ୍କର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

author img

By

Published : Jan 20, 2020, 11:19 PM IST

ବେଦାନ୍ତ ଲାଞ୍ଜିଗଡରୁ ବିଶାଖାପାଟନମ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ରେଳ ଫାଟକକୁ ଧକ୍କା ଦେଇଥିଲା। ଅଧିକ ପଢନ୍ତୁ...

tanker accdent
ରେଳ ଫାଟକକୁ ଧକ୍କା ଦେଲା ଟ୍ୟାଙ୍କର

ରାୟଗଡା: ଜିଲ୍ଲାର ମୁନିଗୁଡା ନିକଟସ୍ଥ ଝାମରଗୁଡାରେ ରେଳ ଫାଟକକୁ ଏକ ଆଲୁମିନା ବୋଝେଇ ଟ୍ୟାଙ୍କର ଧକ୍କା ଦେଇଛି । ଫଳରେ ବିଶାଖାପାଟନମ ଓ ରାୟପୁର ଅଫ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ଉକ୍ତ ଟ୍ୟାଙ୍କରଟି ବେଦାନ୍ତ ଲାଞ୍ଜିଗଡରୁ ବିଶାଖାପାଟନମ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରେଳ ଫାଟକକୁ ଧକ୍କା ଦେଇଥିଲା ।

ରେଳ ଫାଟକକୁ ଧକ୍କା ଦେଲା ଟ୍ୟାଙ୍କର

ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଘଟଣାସ୍ଥଳରୁ ଟ୍ୟାଙ୍କର ଡ୍ରାଇଭର ଫେରାର ରହିଛି । ମୁନିଗୁଡା ରେଳ ବିଭାଗର PWD ଇଞ୍ଜିନିୟରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ପହଁଚି ଯୁଦ୍ଧ କାଳୀନ ଭିତ୍ତିରେ ଟ୍ରେନ ଲାଇନ ଉପରୁ ଟ୍ୟାଙ୍କରକୁ ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି l ଘଟଣାସ୍ଥଳରେ ମୁନିଗୁଡା ରେଳ RPF ଓ GRP ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି I

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରେଳ ଫାଟକକୁ ଧକ୍କା ଦେଲା ଟେଙ୍କର ଟ୍ରେନ ଚଳା ଚଳ ବାଧା ପ୍ରାପ୍ତ Body:ରାୟଗଡା ଜିଲ୍ଲା ମୁନିଗୁଡା ନିକଟସ୍ଥ ଝାମରଗୁଡ଼ା ରେଳଫାଟକକୁ ଏକ ଆଲୁମିନା ବୋଝେଇ ଟେଙ୍କର ଧକ୍କା ଦେବା ଫଳରେ ବିଶାଖାପାଟଣା /ରାୟପୁର ଅପ ଲାଇନ ରେ ଟ୍ରେନ ଚଳା ଚଳ ବାଧାପ୍ରାପ୍ତ ହୋଇଛି l ଉକ୍ତ ଟେଙ୍କରଟି ବେଦାନ୍ତ ଲାଞ୍ଜିଗଡରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏପରି ରେଳ ଫାଟକକୁ ଧକ୍କା ଦେଇଥିଲା ଫଳରେ ଦୀର୍ଘ ସମୟ ଧରି ଟେନ ଚଳାଚଳ ବାଧା ପ୍ରାପ୍ତ ହୋଇଛି l ଦୁର୍ଘଟଣାରେ କାହାରିକୁ କିଛି ହୋଇ ନଥିବା ବେଳେ ଘଟଣା ସ୍ଥଳରୁ ଟେଙ୍କର ଡ୍ରାଇଭର ଫେରାର ଥିବା ବେଳେ ମୁନିଗୁଡା ରେଳ ବିଭାଗର PWD ଇଞ୍ଜିନିୟରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ପହଁଚି ଯୁଦ୍ଧ କାଳୀନ ଭିତିରେ ଟ୍ରେନ ଲାଇନ ଉପରୁ ଟେଙ୍କରକୁ ହଟାଇବାକୁ ଉଦ୍ୟମ ଜାରି ରହିଛି l ଘଟଣା ସ୍ଥଳରେ ମୁନିଗୁଡା ରେଳ RPF/GRP ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି IConclusion:ରେଳ ଫାଟକକୁ ଧକ୍କା ଦେଲା ଟେଙ୍କର ଟ୍ରେନ ଚଳା ଚଳ ବାଧା ପ୍ରାପ୍ତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.