ରାୟଗଡା: ଜିଲ୍ଲାରେ ଅନେକ ଗ୍ରାମ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ବ କରି ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କୁ ଜଣାଇବା ପରେବି ସୁଧରୁନି ସମସ୍ୟା । ଗୁଣୁପୁର ବ୍ଲକ ଶଗଡା ଗ୍ରାମପଞ୍ଚାୟତର ତାଳଗୁଡା ଗ୍ରାମରେ ବସବାସ କରନ୍ତି ୫୦ରୁ ଉର୍ଦ୍ଧ୍ବ ପରିବାର । ହେଲେ ଏହି ଗାଁଟି ଏବେବ ବି ମୌଳିକ ସୁବିଧାରୁ ବଞ୍ଚିତ ।
ବହୁବାର ଜିଲ୍ଲା ପ୍ରଶାସନ ଠାରେ ସେମାନଙ୍କ ମୌଳିକ ସମସ୍ୟା ପାନୀୟ ଜଳ ଠାରୁ ଆରମ୍ବ କରି ରାସ୍ତା ଏବଂ ବିଦ୍ୟୁତ ବ୍ୟବସ୍ଥାକୁ ନେଇ ଗୁହାରୀ କଲେ ମଧ୍ୟ କେହି ଶୁଣିବାକୁ ନାରାଜ । ଶେଷରେ ବାଧ୍ୟ ହୋଇ ଆଜି (ସୋମବାର) ସେମାନଙ୍କ ମୌଳିକ ସମସ୍ୟାକୁ ନେଇ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲଙ୍କୁ ସାକ୍ଷାତ କରି ତୁରନ୍ତ ସମାଧାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ନିଜେ ଗାଁକୁ ଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ କେବେ ତାଳଗୁଡା ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହେବ ତାହା ସମୟ ହିଁ କହିବ ?
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ