ETV Bharat / state

ମୁନିଗୁଡାରେ ବନ୍ଦ ସଫଳ

ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଦିଆଯାଇଥିବା 12ଘଣ୍ଟିଆ ଓଡ଼ିଶା ବନ୍ଦ ମୁନିଗୁଡାରେ ସଫଳ ହୋଇଛି ।

author img

By

Published : Feb 22, 2019, 3:44 PM IST

ଫଟୋ ସୌଜନ୍ୟ: ସମ୍ବଦଦାତା, ରାୟଗଡା

ରାୟଗଡା: ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ଦିଆଯାଇଥିବା 12ଘଣ୍ଟିଆ ଓଡ଼ିଶା ବନ୍ଦ ମୁନିଗୁଡାରେ ସଫଳ ହୋଇଛି । ମୁନିଗୁଡାବାସୀ ଏହାକୁ ସ୍ବତବୃତ ଭାବେ ସମର୍ଥନ ଜଣାଇଥିବା ସୂଚନା ମିଳିଛି ।

ସମସ୍ତ ନାଗରିକଙ୍କୁ ସଚେତନ କରାଇବା ସହ ବନ୍ଦକୁ ସଫଳ କରିବା ପାଇଁ ପୂର୍ବଦିନ ସନ୍ଧ୍ୟାରେ ଡାକବାଜି ଦ୍ବାରା ଅନୁରୋଧ କରାଯାଇଥିଲା । ସଂଗଠନର ମୁଖ୍ୟ ବା ମୁନିଗୁଡାର ଟାଣୁଆ ଚାଷୀ ବୁଦ୍ଧିଆ ଗୌଡ଼ଙ୍କ ନେତୃତ୍ୱରେ ଅନେକ ଚାଷୀ ତିନିକୋଣିଆ ଛକରେ ଏକତ୍ରିତ ହୋଇ ପ୍ରାଇଜ, ପେନସନ ଓ ପ୍ରେଷ୍ଟିଜ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶହଶହ ଗାଡି ମୁଖ୍ୟ ସଡକରେ ଅଟକି ରହିଥିବା ବେଳେ ଦୋକାନ ବଜାର ସବୁକୁ ବନ୍ଦ ରଖାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏହି ଅବସରରେ ଶ୍ରୀ ଗୌଡ଼ କହିଛନ୍ତି କି, କୃଷକ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଦରଦ ନାହିଁ । କାଳିଆ ଯୋଜନା କୃଷକମାନଙ୍କୁ ଭୁଆଁ ବୁଲାଇବାର ଏକ ପ୍ରୟାସ ମାତ୍ର । ଯଦି ସରକାରଙ୍କର କୃଷକଙ୍କ ପ୍ରତି ଦରଦ ଅଛି ସେମାନଙ୍କ ପାଇଁ ଦୀର୍ଘ ମିଆଦୀ ସୂତ୍ରରେ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଦିଆଯାଉ । ଏହା ସହିତ ଚାଷୀଙ୍କୁ ହେୟ ନ ଭାବି ସମ୍ମାନ ଏବଂ ଅନ୍ୟ ବର୍ଗଙ୍କ ଭଳି ଅବସରକାଳୀନ ଚାଷୀଙ୍କୁ ପେନସନ ବ୍ୟବସ୍ତା ଯୋଗାଇ ଦିଅନ୍ତୁ ବୋଲି ସେ କହିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Slug: Dadan shramika

Format: pkg 

Anchor : ଯୋଜନା ପରେ ହେଉଚାଲିଛି କିନ୍ତୁ ସୁନ୍ଦରଗଡ ଜିଲ୍ଲା ରୁ ଶ୍ରମିକ ଚାଲାଣ ଘଟଣା ଗୁଡିକ ସବୁ ସରକାରୀ ଯୋଜନା ଉପରେ ପ୍ରଶ୍ନ ଚିନ୍ହ ଲାଗିଛି। ନା ପେଟକୁ ମିଳୁଛି ମୁଠାଏ ଦାନା ନା ପିନ୍ଧିବାକୁ ଭଲ କପଡା ଖଣ୍ଡେ। ପେଟ ପୋଷିବା ପାଇଁ କାମ ଅନ୍ୱେଷଣରେ କିଛି ଭି କରିବା ପାଇଁ ରାଜି ହେଇଯାଉଛନ୍ତି ଏହି ବେକାର ଯୁବକ। ଯାହାର ଫାଇଦା ନେଇ ଦଲାଲ ଙ୍କ ଶିକାର ହେଉଛନ୍ତି ଉପାନ୍ତ ଅଞ୍ଚଳର ଏହି ସାଧାରଣ ଯୁବକ ଯୁବତୀ ମାନେ। ସୁନ୍ଦରଗଡ଼ ଜିଲ୍ଲାର  ସୀମାନ୍ତ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ଦଲାଲ। ପ୍ରତ୍ୟକ ଦିନ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି ଅନେକ ଯୁବକ ଯୁବତୀ। ସେଠି ନେଇ ତାଙ୍କ ଦିଆଯାଉଛି ଶାରୀରିକ ଓ ମାନସିକ ନିର୍ଯାତନା। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ପୁଣି ଦେଖାଯାଇଛି ଏକ ଅଭାବନୀୟ ଘଟଣା।

ବିଶ୍ରା ବ୍ଲକର 8 ଜଣ ଯୁବକ ଫସିଛନ୍ତି କେରଳ ର ଇରୁଡ଼ ଅଂଚଳର। କିଛି ଦିନ ପୂର୍ବରୁ କାମର ଲାଳସା ଦେଇ ସେମାନଙ୍କୁ ଫୋନ ଯୋଗେ ଡାକିଥିଲେ ଝାରଖଣ୍ଡ ଅଂଚଳର ଅଶୋକ ନାମକ ଏକ ଦଲାଲ। ମାସକୁ ଖାଇବା ପିଇବା ସହ 10 ହଜାର ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଷ୍ଟେସନରେ ପହଁଚିବା ମାତ୍ରେ ସେମାନଙ୍କୁ ଅଲଗା ଅଲଗା କରି ଭିନ୍ନ ଭିନ୍ନ ଜାଗାକୁ ପଠାଗଲା। ଯେଉଁ କାମ ପାଇଁ ନିଆ ଯାଇ ଥିଲା ସେଠାରେ ଅନ୍ୟ କାମ କରିବା ପାଇଁ ବାଧ୍ୟ କରା ଯାଇ ଥିଲା। ନିର୍ଯାତନା ବରଦାସ୍ତ ନ କରି 11 ଜଣଙ୍କ ମଧ୍ୟରୁ 3 ଜଣ ଲୁଚି ଘରକୁ ଫେରି ଥିଲେ।

Byte 1: Rathu lohar. ଖସି ପଳେଇଆସିଥିବା ଯୁବକ।

Byte 2: jhalo badaik, ଫସିଥିବା ଯୁବକଙ୍କ ମା। 

Vo 2: ବିଶ୍ରା ବ୍ଲକରୁ 11 ଜଣ ଯୁବକ ଏକାଠି ବାହାରି ଯାଇ ପହଁଚିଲେ ତାମିଲନାଡୁ ର ଇରୁଡ଼ ଅଞ୍ଚଳରେ। ଦଲାଲ କହିଥିବା କାମ ଛାଡି କ୍ରିଷ୍ଣାଗିରି ଜିଲ୍ଳାର ପୁଷ୍ପଗିରିରେ ସେମାନଙ୍କୁ ନଳକୂପ ଖୋଳିବା ଗାଡ଼ିରେ କାମ କରିବାକୁ କୁହାଗଲା। ପ୍ରତିବାଦ କରିବାରୁ ମିଳିଲା ମାଡ। ଲୁଚି ଛପି ନିଜ ଜୀବନ ବଞ୍ଚେଇ କୌଣସି ପ୍ରକାର ଆସିବାକୁ ସକ୍ଷମ ହେଲେ 3 ଜଣ ଯୁବକ। ବାକି ଫସି ରହିଛନ୍ତି 8 ଜଣ। ପ୍ରତ୍ୟକ ଦିନ ସେମାନଙ୍କୁ ମାଡ ମରାଯାଉଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଶୀଘ୍ର ତାଙ୍କ ପୁଅକୁ ଫେରେଇ ଆଣିବା ପାଇଁ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଇଛନ୍ତି। 5 ଦିନ ପରେ ଗୁହାରି କରିବାର ସୁଯୋଗ ପାଇଛନ୍ତି ପରିବାର ବର୍ଗ। ଆଜି ପ୍ରତାଡିତ ଯୁବକ ମାନଙ୍କ ଘର ଲୋକ ଶ୍ରମ କାର୍ଯଳୟ କୁ ଆସି ତାଙ୍କ 8 ଜଣଙ୍କୁ ମୁକ୍ତ କରିବା ଦାବି  କରି ସେଠାରେ ବସି ଯାଇ ଥିଲେ।

Byte 3: nira mahto, ପୁଅ କୁ ମୁକ୍ତ କରାଇବା ପାଇଁ ଗୁହାରି କରୁଥିବା ଏକ ମାଆ

ସୁନ୍ଦରଗଡ ଜିଲ୍ଲାରୁ ପ୍ରତ୍ୟକ ଦିନ ବଢି ଚାଲିଛି ମାନବ ଚାଲାଣ। ପୋଲିସ, ପ୍ରଶାସନ ସମସ୍ତେ ସାଜିଛନ୍ତି ନିରବ ଦ୍ରଷ୍ଟା। ଖାସ କରି ରାଉରକେଲାରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଏହି ଭଳି ଘଟଣା କୁ ଗୁରୁତ୍ୱ ସହିତ ଦେଖିବା ଦରକାର। ନଚେତ ଏହି କାରବାର ବୃଦ୍ଧି ପାଉଥିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.