ETV Bharat / state

ଶିକ୍ଷକ ଅଭାବ ପ୍ରତିବାଦରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ - rayagada student protest in front of collector office

ମୁଣ୍ଡ ଉପରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଥିବାବେଳେ ଶ୍ରେଣୀରେ କିନ୍ତୁ ଶିକ୍ଷକଙ୍କ ଘୋର ଅଭାବ । ଯାହାର ପ୍ରତିବାଦରେ ହଷ୍ଟେଲ ଛାଡିଛନ୍ତି 36 ଜଣ ଅନ୍ତେବାସୀ । ରାୟଗଡ ସଦର ବ୍ଳକର ମଙ୍ଗଳ ବିଭାଗ ଅଧିନରେ ଥିବା ବିଲେଶୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ ।

ଶିକ୍ଷକ ଅଭାବ ପ୍ରତିବାଦରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ
author img

By

Published : Sep 11, 2019, 2:18 AM IST

ରାୟଗଡା: ଏ ହେଉଛି ରାୟଗଡ ଜିଲ୍ଳା ସଦର ବ୍ଳକର ମଙ୍ଗଳ ବିଭାଗ ଅଧିନରେ ଥିବା ବିଲେଶୁ ସରକାରୀ ଉଚ୍ଚ ବିଦ୍ୟାଳୟ । ମୁଣ୍ଡ ଉପରେ ଅର୍ଦ୍ଧବାର୍ଷିକ ପାଇଁ ପାଠପଢା ଥିବାବେଳେ ଶ୍ରେଣୀରେ କିନ୍ତୁ ଶିକ୍ଷକଙ୍କ ଘୋର ଅଭାବ । ଯାହାର ପ୍ରତିବାଦରେ ହଷ୍ଟେଲ ଛାଡିଛନ୍ତି 36 ଜଣ ଅନ୍ତେବାସୀ ।

ତେବେ ସ୍କୁଲର ବଭିନ୍ନ ସମସ୍ୟା ନେଇ ଅନ୍ତେବାସୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳୁ ଧାରଣା ଦେଇଥିଲେ । ଆଉ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଅଭିଯୋଗ ନକହିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ ଠୋକ ମନା କରି ଦେଇଥିଲେ । ହେଲେ ଯେନତେନ ପ୍ରକାରେ ପିଲାଙ୍କୁ ବୁଝାସୁଝା କରି ପୁଣିଥରେ ସ୍କୁଲ ମୁହାଁ କରିବାକୁ ସକ୍ଷମ ହୋଇଛି ଜିଲ୍ଲାପ୍ରଶାସନ ।

ଶିକ୍ଷକ ଅଭାବ ପ୍ରତିବାଦରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ

ରାୟଗଡା ଜିଲ୍ଲା ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ବିଲେଶୁ ଉଚ୍ଚ ବିଦ୍ୟାଳୟ । ଏହି ହଷ୍ଟେଲରେ ପ୍ରାୟ 600 ଜଣ ଛାତ୍ରଛାତ୍ରୀ ଅନ୍ତେବାସୀ ରହି ପାଠ ପଢ଼ୁଥିବା ବେଳେ ସ୍କୁଲରେ ମୋଟ 700ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଏତେ ପିଲାଙ୍କ ପାଇଁ ମୋଟ 8 ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଫଳରେ ହାଇସ୍କୁଲ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେବାରେ ଲାଗିଛି । ଏହାସହ ଦୀର୍ଘ ଦିନ ହେବ ଏହି ବିଦ୍ୟାଳୟର ହଷ୍ଟେଲର ଶୈାଚାଳୟଗୁଡିକ ମଧ୍ୟ ଅକାମି ହୋଇ ପଡିରହିଛି ।

ତେବେ ଅନ୍ତେବାସୀଙ୍କ ଧାରଣା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଆସନ୍ତା ସପ୍ତାହକ ମଧ୍ୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ଶୈଚାଳୟ ନିର୍ମାଣର ପ୍ରତିଶୃତି ଦେବାପରେ ଧାରଣାର ଯବନିକା ପଡିଥିଲା ।

ତେବେ ଆଗକୁ ବିଭାଗିୟ ଅଧିକାରୀଙ୍କ ପ୍ରତିଶୃତି କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଏ ହେଉଛି ରାୟଗଡ ଜିଲ୍ଳା ସଦର ବ୍ଳକର ମଙ୍ଗଳ ବିଭାଗ ଅଧିନରେ ଥିବା ବିଲେଶୁ ସରକାରୀ ଉଚ୍ଚ ବିଦ୍ୟାଳୟ। ମୁଣ୍ଡ ଉପରେ ଅର୍ଦ୍ଧବାର୍ଷିକ ପାଠପଢା ଥିବାବେଳେ ଶ୍ରେଣୀରେ କିନ୍ତୁ ଶିକ୍ଷକଙ୍କ ଘୋର ଅଭାବ । ଯାହାକୁ ନେଇ ପ୍ରତିବାଦରେ ହଷ୍ଟେଲ ଛାଡିଛନ୍ତି 36 ଜଣ ଅନ୍ତେବାସୀ । ସ୍କୁଲର ବଭିନ୍ନ ସମସ୍ୟା ନେଇ ଅନ୍ତେବାସୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳୁ ଧାରଣା ଦେଇଥିଲେ । ଆଉ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଅଭିଯୋଗ ନକହିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ ଠୋକ ମନା କରି ଦେଇଥିଲେ । ହେଲେ ଯେନତେନ ପ୍ରକାରେ ପିଲାଙ୍କୁ ବୁଝାସୁଝା କରି ପୁଣିଥରେ ସ୍କୁଲ ମୁହାଁ କରିବାକୁ ସକ୍ଷମ ହୋଇଛି ଜିଲ୍ଲାପ୍ରଶାସନ ।

Body:ରାୟଗଡା ଜିଲ୍ଲା ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଥିବା ବିଲେଶୁ ଉଚ୍ଚ ବିଦ୍ୟାଳୟ । ହଷ୍ଟେଲରେ ପ୍ରାୟ ୬୦୦ଜଣ ଛାତ୍ରଛାତ୍ରୀ ଅନ୍ତେବାସୀ ରହି ପାଠ ପଢ଼ୁଥିବା ବେଳେ ସ୍କୁଲରେ ମୋଟ ୭୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଏତେ ପିଲାଙ୍କ ପାଇଁ ମାତ୍ର ୮ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଫଳରେ ହାଇସ୍କୁଲ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେବାରେ ଲାଗିଛି । ଏହାସହ ଦୀର୍ଘ ଦିନ ହେବ ଏହି ବିଦ୍ୟାଳୟର ହଷ୍ଟେଲର ଶୈାଚାଳୟଗୁଡିକ ମଧ୍ୟ ଅକାମୀ ହୋଇ ପଡିରହିଛି । ଅନ୍ତେବାସୀଙ୍କ ଧାରଣା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଆସନ୍ତା ସପ୍ତାହକ ମଧ୍ୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ଅଜିଠାରୁ ଶୈଚାଳୟ ନିର୍ମାଣର ପ୍ରତିଶୃତି ଦେବାପରେ ଧାରଣାର ଯବନିକା ପଡ଼ିଥିଲା ।Conclusion:ତେବେ ଆଗକୁ ବିଭାଗିୟ ଅଧିକାରିଙ୍କ ପ୍ରତିଶୃତି କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।

ରାୟଗଡ଼ାରୁ ରଞ୍ଜନ ରଥ , ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.