ETV Bharat / state

ନିୟମଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା, କୋରୋନା ଆକ୍ରାନ୍ତ ପରିବାରଙ୍କୁ ବାଣ୍ଟିଲେ ୧୫ ଦିନର ରାସନ - Jagannath Saraka visits Niyamgiri

ନିୟମଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା, କୋରୋନା ଆକ୍ରାନ୍ତ ପରିବାରଙ୍କୁ ବାଣ୍ଟିଲେ ୧୫ ଦିନର ରାସନ ସାମଗ୍ରୀ । ଅଧିକ ପଢନ୍ତୁ...

ST & SC Development minister Jagannath Saraka visits Niyamgiri
ନିୟମଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା, କୋରୋନା ଆକ୍ରାନ୍ତ ପରିବାରଙ୍କୁ ବାଣ୍ଟିଲେ ୧୫ ଦିନର ରାସନ
author img

By

Published : May 27, 2021, 10:36 PM IST

ରାୟଗଡା: ନିୟମଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା କୋରୋନା ଆକ୍ରାନ୍ତ ପରିବାରଙ୍କୁ ବାଣ୍ଟିଲେ ୧୫ ଦିନର ରାସନ ସାମଗ୍ରୀ । ନିୟମଗିରିରେ ଗସ୍ତରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ନିୟମଗିରିରେ ଜିଲ୍ଲା ପ୍ରଶାସନକୁ କେତେବେଳେ ସ୍ଵାବ ଟେଷ୍ଟ ତ ପୁଣି କେତେବେଳେ ଟୀକା ପାଇଁ ନାକେଦମ ହେବାକୁ ପଡିଛି ।

ନିୟମଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା, କୋରୋନା ଆକ୍ରାନ୍ତ ପରିବାରଙ୍କୁ ବାଣ୍ଟିଲେ ୧୫ ଦିନର ରାସନ

ତେବେ ଗଣମାଧ୍ୟମରେ ଅବ୍ୟବସ୍ଥା ନେଇ ଚର୍ଚ୍ଚା ହେବା ପରେ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ଆସୁଥିବା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳ ସୁନାଖଣ୍ଡି ପଞ୍ଚାୟତ କାଡ୍ରାକାବଣ୍ଡଲି ଗାଁକୁ ଗସ୍ତ କରିଛନ୍ତି ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।

ଜ୍ବର ହେଲେ ପ୍ରଥମେ କୋରୋନା ପରୀକ୍ଷା କରିବା ସହ ଡାକ୍ତରଙ୍କ ଦ୍ଵାରା ଦିଆଯାଇଥିବା ଔଷଧ ଠିକ ସମୟରେ ଖାଇବାକୁ ଲୋକଙ୍କ ମଧ୍ୟରେ ସଚେତନତା କରିଥିଲେ । ଏପରିକି କିଛି ଟୀକା କେନ୍ଦ୍ର ବୁଲି ଦେଖିବା ସହ କାଡ୍ରାକାବଣ୍ଡଲି ଗାଁରେ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ।

ନିୟମଗିରି ପାହାଡ ଅଞ୍ଚଳର ଅନେକ ଗାଁରେ କୋରୋନା ଚିହ୍ନଟ ହେବାପରେ ଆକ୍ରାନ୍ତ ଡଙ୍ଗରିଆ କନ୍ଧଙ୍କୁ କାନୁସୁରୁ ଏଜୁକେଶନ କମ୍ପ୍ଲେକ୍ସର ଟିଏମସି କେନ୍ଦ୍ରରେ ରଖାଯାଇଛି । ସ୍ଵତନ୍ତ୍ର ଭାବେ ଏମାନଙ୍କ ପରିବାରକୁ ୧୫ଦିନ ପାଇଁ ରାସନ ସାମଗ୍ରୀ ପ୍ରଦାନ କରିବା ସହିତ ଟିଏମସି ରହିଥିବା ଆକ୍ରାନ୍ତଙ୍କୁ ସମସ୍ତ ସୁବିଧା ସହିତ ଦୈନିକ ୧୦୦ ଟଙ୍କା ଭତ୍ତା ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.