ରାୟଗଡା: ଘରୋଇ କଳିକୁ ନେଇ ବାପାକୁ ହତ୍ୟାକଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡଙ୍ଗର ରାଣିବନ୍ଦ ଗାଁରେ । ଗତକାଲି ରାତିରେ ବାପା ଓ ପୁଅଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ପୁଅ ଲାକୁ ଓ୍ବାଡାକା ରାଗିଯାଇ ଏକ ଟାଙ୍ଗିଆରେ ବାପା ବୁଦ୍ରୁ ଓ୍ବାଡାକାଙ୍କୁ ହତ୍ୟା କରିଥିବା ଜଣାପଡିଛି ।
ଅପହଞ୍ଚ ଆଦିବାସୀ ଅଞ୍ଚଳ ହେଇଥିବାରୁ ଏହା ବିଷୟରେ ହଠାତ କୌଣସି ଲୋକ ଖବର ପାଇନଥିଲେ । ପରେ ଗ୍ରାମବାସୀ ମାନେ ଏହି ଘଟଣା ସମ୍ପର୍କରେ ଜାଣିପାରି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରିଛି । ସେପଟେ ପୁଅ ଲାକୁକୁ ଗିରଫ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ ଜାରିରଖିଛି ।
ରାୟଗଡାରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ