ETV Bharat / state

ସ୍ନାନ ପରେ ଅଣସର ଘରକୁ ଗଲେ ତିନିଠାକୁର - srimandir

ସୋମବାର ସକାଳୁ ଜିଲ୍ଲାର ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଦୁଆର ଫିଟା ନୀତି ପରେ ପହଡ଼ ଉଠିଥିଲା, ପରେ ମଙ୍ଗଳ ଆଳତୀ, ମୁଖବାସ, ତଡ଼ପଲାଗି ପରେ ଗୋପାଳ ବହ୍ଲଭ ନୀତି ହୋଇଥିଲା । ସ୍ନାନ ମଣ୍ଡପରେ ରାଜପୁରୋହିତ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ । ସ୍ନାନ ପରେ ତିନିଠାକୁରଙ୍କୁ ଦକ୍ଷିଣାଭିମୁଖି କରି ଗଜାନନ ବେଶରେ ସଜାଯାଇଥିଲା । ସନ୍ଧ୍ୟା ଆଳତୀ ପରେ ବେଶ ଖୋଲାଯାଇ ଅଣସର ଘରକୁ ଯାଇଥିଲେ ଠାକୁର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 18, 2019, 8:08 AM IST

ରାୟଗଡ଼ା: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଶ୍ରୀକ୍ଷେତ୍ର ରାୟଗଡ଼ାରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତିନିଠାକୁର । ସୋମବାର ସକାଳୁ ଜିଲ୍ଲାର ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଦୁଆର ଫିଟା ନୀତି ପରେ ପହଡ଼ ଉଠିଥିଲା, ପରେ ମଙ୍ଗଳ ଆଳତୀ, ମୁଖବାସ, ତଡ଼ପଲାଗି ପରେ ଗୋପାଳ ବହ୍ଲଭ ନୀତି ହୋଇଥିଲା । ଏହା ପରେ ସିଂହାସନରୁ ସେବାୟତମାନେ ତିନି ବିଗ୍ରହଙ୍କୁ ସ୍ନାନ ମଣ୍ଡପକୁ ଆଣିଥିଲେ ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ସ୍ନାନ ମଣ୍ଡପରେ ରାଜପୁରୋହିତ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ । ଏଥି ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରାଯାଇଥିଲା । ସ୍ନାନ ପରେ ତିନିଠାକୁରଙ୍କୁ ଦକ୍ଷିଣାଭିମୁଖି କରି ଗଜାନନ ବେଶରେ ସଜାଯାଇଥିଲା । ସନ୍ଧ୍ୟା ଆଳତୀ ପରେ ବେଶ ଖୋଲାଯାଇ ଅଣସର ଘରକୁ ଯାଇଥିଲେ ଠାକୁର ।

ସେପଟେ ଏହି ଅବସରରେ ଫୁଲବାଣୀର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥ ବଡ଼ଠାକୁର ବଳଭଦ୍ର ଓ ମାତା ସୁଭଦ୍ରାଙ୍କୁ ପହଣ୍ଡି କରି ଅଣାଯାଇ ସ୍ନାନମଣ୍ଡପରେ ସ୍ନାନ କରାଯାଇଥିଲା । ତିନିଠାକୁରଙ୍କ ସ୍ନାନମଣ୍ଡପରେ ଦର୍ଶନ କରିବା ପାଇଁ ମନ୍ଦିର ବେଢାରେ ଭକ୍ତଙ୍କ ଭିଡ଼ ଜମିଥିଲା ।

ରାୟଗଡାରୁ ରଞ୍ଜନ ରଥ, କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.