ETV Bharat / state

ରାୟଗଡାରୁ ନରକଙ୍କାଳ ଉଦ୍ଧାର, ପାଖରେ ପଡିଛି ନିଖୋଜ ଯବାନଙ୍କ ଆଧାରକାର୍ଡ

author img

By

Published : Feb 23, 2020, 4:29 PM IST

Updated : Feb 23, 2020, 8:55 PM IST

Skeliton found in raygada
ରାୟଗଡାରୁ ନର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

16:11 February 23

ରାୟଗଡାରୁ ନରକଙ୍କାଳ ଉଦ୍ଧାର, ପାଖରେ ପଡିଛି ନିଖୋଜ ଯବାନଙ୍କ ଆଧାରକାର୍ଡ

ରାୟଗଡାରୁ ନର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ରାୟଗଡା: ରାୟଗଡା ସହର ନୂଆ ସାହି ନିକଟରେ ଏକ ନର କଙ୍କାଳ ଉଦ୍ଧାର କରିଛି ରାୟଗଡା ପୋଲିସ । ଘଟଣାସ୍ଥଳରେ ରାୟଗଡା ଏସପି ଓ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।  

ଛାନଭିନ ବେଳେ ଘଟଣାସ୍ଥଳରୁ ଏକ ମନିପର୍ସ ଓ 2ଟି ବ୍ୟାଗ ଠାବ କରାଯାଇଥିଲା । ପର୍ସରେ 4ର୍ଥ ବାଟାଲିୟନର ସିଆରପିଏଫ୍‌ ଜବାନ ଧରମ ଦେବଙ୍କ ଆଧାର କାର୍ଡ  ଓ 2ଟି ବ୍ୟାଗରୁ ତାଙ୍କର ସିଆରପିଏଫ ଡ୍ରେସ ଓ କିଛି ଘର ପିନ୍ଧା ଡ୍ରେସ ମିଳିଛି ।  

ତେବେ ଉଦ୍ଧାର ଗଳିତ କଙ୍କାଳ ଧରମ ଦେବଙ୍କ ବୋଲି ସଠିକ୍‌ ଭାବେ ଚିହ୍ନଟ ହୋଇନଥିଲେ ମଧ୍ୟ ତଥାପି ପାରିପାର୍ଶ୍ବିକ ସ୍ଥିତିରୁ କଙ୍କାଳଟି ତାଙ୍କର ବୋଲି ସନ୍ଦେହ କରାଯାଇଛି । ସେପଟେ ଘଟଣାସ୍ଥଳରେ ସିଆରପିଏଫର ସହକାରୀ କମାଣ୍ଡମେଣ୍ଟ ଏସକେ ଠାକୁର ପହଞ୍ଚି ଧରମ ଦେବଙ୍କ ପରିଚୟ ପତ୍ର, ଆଧାରକାର୍ଡ ଓ ଡ୍ରେସକୁ ଚିହ୍ନଟ କରିଛନ୍ତି । ତେବେ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରି ସାଇଣ୍ଟିଫିକ୍‌  ଟିମ ଓ ସ୍ନାପର ଡଗ୍‌ର ସହାୟତା ନେଇଛି ପୋଲିସ । ସୂଚନାଯୋଗ୍ୟ, ଗତ ଜାନୁଆରୀ 2 ତାରିଖରୁ ସିଆରପିଏଫ ଯବାନ ଧରମ ଦେବ ନିଖୋଜ ଥିଲେ ।  

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Feb 23, 2020, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.