ରାୟଗଡା: କୋରୋନା କଟକଣା ଯୋଗୁଁ ରାୟଗଡା ଜିଲ୍ଲାରେ ବିନା ଭକ୍ତରେ ପୂଜା ପାଇଲେ ଭୋଳାନାଥ । ଗୁରୁବାର ପବିତ୍ର ଶିବରାତ୍ରି ଅବସରରେ ଭକ୍ତ ଏବଂ ଭଗବାନ ମଧ୍ୟରେ କୋରୋନା ବାଧକ ସାଜିଛି । ଯେଉଁଠି ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା ସେଇଠି ହାତ ଗଣତି ଭକ୍ତ ସେ ପୁଣି ଦ୍ଵାର ମୁହଁରୁ ମୁଣ୍ଡିଆ ମାରି ଲେଉଟୁଥିବା ଦେଖିବାକୁ ମିଳିଛି ।
ଏଭଳି ଦୃଶ୍ୟ ରାୟଗଡା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମିନାଝୋଲା, ଦେବଗିରି, ପାଇକପଡା, ଚଟିକୋଣା ଏବଂ ରାୟଗଡା ସହରରେ ଥିବା ବାଲୁଙ୍କେଶ୍ଵର ମନ୍ଦିରରେ ଦେଖିବାକୁ ମିଳିଛି । କୋରୋନା ଲେଉଟିବା ଆଶଙ୍କା କରି ଶିବରାତ୍ରୀ ଉପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ