ETV Bharat / state

କୋରୋନା ନିମୟ ଉଲଙ୍ଘନ, ସିଲ ହେଲା ସପିଙ୍ଗ ମଲ - ସିଲ ହେଲା ରାୟଗଡାର ସପିଙ୍ଗ ମଲ

ଗୁରୁବାର ସହରରେ ଥିବା ଷ୍ଟାଇଲ୍ ବଜାର ଓ ବିଭିନ୍ନ ସୁନାଗହଣା ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇ 10ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି ।

ସିଲ ହେଲା ସପିଙ୍ଗ ମଲ
ସିଲ ହେଲା ସପିଙ୍ଗ ମଲ
author img

By

Published : Aug 6, 2020, 8:40 PM IST

ରାୟଗଡା: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ରାୟଗଡା ଜିଲ୍ଲାରେ ମଧ୍ୟ ପ୍ରତିଦିନ କୋରୋନା ସଂକ୍ରମଣ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଉଠାଯାଉଛି । ଏହି ପଦକ୍ଷେପ ସ୍ବରୁପ ଜିଲ୍ଲା ପ୍ରଶାସନ ପର୍ଯ୍ୟାୟକ୍ରମେ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରୁଛି ।

ସିଲ ହେଲା ସପିଙ୍ଗ ମଲ

ତେବେ କିଛି ଅମାନିଆ ବ୍ୟବସାୟୀ ଦୋକାନ ଖୋଲି ଜନଗହଳି କରୁଛନ୍ତି । ସେମାନଙ୍କୁ ସାବାଡ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗୁରୁବାର ସହରରେ ଥିବା ଷ୍ଟାଇଲ୍ ବଜାର ଓ ବିଭିନ୍ନ ସୁନାଗହଣା ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇ 10ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ସେହିପରି ମାସ୍କ ନପିନ୍ଧି ରାସ୍ତାରେ ବୁଲୁଥିବା ଲୋକମାନଙ୍କ ଠାରୁ ଫାଇନ୍ ଆଦାୟ କରାଯିବା ସହ ସଚେତନ କରାଯାଇଛି । ରାୟଗଡା ତହସିଲଦାର ଉମାଶଙ୍କର ବେହେରା, ପୌରପରିଷଦ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ଓ ପୋଲିସ ଅଧିକାରୀମାନେ ଏହି ଚଢାଉରେ ସାମିଲ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.