ରାୟଗଡ଼ା: ଜିଲ୍ଲାର ଚନ୍ଦ୍ରପୁରୁ ବ୍ଲକ ଵେଲାମଗୁଡା ରାଜସ୍ବ ମଣ୍ଡଳୀ ଅଧିନସ୍ଥ କିମ୍ବଦନ୍ତୀ ଥିବା ଵହୁ ପୁରାତନ ମିନାଝୋଲା ଶିବରାତ୍ରି ଯାତ୍ରା ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ଏହି ସ୍ଥାନରେ ପାଳନ ହେଉଥିବା ଶିବରାତ୍ରି ଫିକା ପଡିବ ବୋଲି ଜଣାପଡିଛି ।
ଚନ୍ଦ୍ରପୁର ବ୍ଲକ ସଭାଗୃହରେ ଗୁଣୁପୁରୁ ଉପ-ଜିଲ୍ଲାପାଳ ଶ୍ରୀସୋନାଲ ଜେନାଙ୍କ ସଭାପତିତ୍ବରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଷ୍ପତ୍ତି ଅନୁଯାୟୀ କୋରୋନା କଟଣା ନିୟମ ମାନି ଭକ୍ତମାନେ ଶିବ ଦର୍ଶନ ଓ ପୂଜା କରିପାରିବେ। ଛକମାନଙ୍କରେ ଏସ୍ଏଚଜି ମହିଳା ଓ ସ୍ଵେଚ୍ଛାସେବୀମାନେ ଜଗି ରହି ଅଳ୍ପ ଦର୍ଶକଙ୍କୁ ଛାଡିଵେ ଯେମିତି ଗୋଟିଏ ସ୍ଥାନରେ ସମଵେତ ହୋଇ ନ ପାରନ୍ତି ସେଥିପ୍ରତି ଗୁରୁତ୍ଵ ଦିଆଯିବ ।
ଅପରପକ୍ଷରେ ନଦୀରେ ବୁଡ ପକାଇବା ଓ ଲଣ୍ଡା ହେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋରୋନା କଟକଣାକୁ ମାନି ଶିବରାତ୍ରି ପାଳନ କରିଵାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଗୁଡାରୀ ତହସିଲଦାର ଓ ଚନ୍ଦ୍ରପୁରୁ ତହସିଲଦାର ଲକ୍ଷ୍ମୀନାରାୟଣ ସାବତ, ଚନ୍ଦ୍ରପୁରୁ ଵିଡିଓ ଜର୍ଜ ଡୁଙ୍ଗଡୁଙ୍ଗ ଯୋଗ ଦେଇଥିଵା ଵେଳ ଫାୟାର ବିଭାଗ, ଗୁଡାରୀ ଓ ଚନ୍ଦ୍ରପୁରୁ ପୋଲିସ ଅଧିକାରୀ, ଉଭୟ ବ୍ଲକର ଯନ୍ତ୍ରୀ, ସିଡିପିଓ ଉପସ୍ଥିତ ଥିଲେ ।
ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ