ETV Bharat / state

ଜାଗର କଟକଣାକୁ ପୂଜକ ସମ୍ପ୍ରଦାୟଙ୍କ ବିରୋଧ - ରାୟଗଡା

ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର କୌଣସି ଶିବାଳୟରେ ଜାଗର ଦିନ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ପୂଜକଙ୍କ ଦ୍ବାରା କେବଳ ନୀତିକାନ୍ତି କରିବାକୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । କିନ୍ତୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗୁଣୁପୁରର ପୂଜକ ସମ୍ପ୍ରଦାୟ । ଅଧିକ ପଢନ୍ତୁ...

ଜାଗର କଟକଣାକୁ ପୂଜକ ସମ୍ପ୍ରଦାୟଙ୍କ ବିରୋଧ
ଜାଗର କଟକଣାକୁ ପୂଜକ ସମ୍ପ୍ରଦାୟଙ୍କ ବିରୋଧ
author img

By

Published : Mar 10, 2021, 7:15 AM IST

ରାୟଗଡା: କୋରୋନା ସଂକ୍ରମଣକୁ ଆଖିଆଗରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରସିଦ୍ଧ ଶୈବ ପୀଠ ଓ ଶିବାଳୟ ଗୁଡିକରେ ମହା ଶିବରାତ୍ରୀ ଦିନ ଭକ୍ତଙ୍କ ସମାଗମ ପ୍ରବେଶ ଉପରେ ରୋକ ଲଗେଇଛନ୍ତି । ଏହାସହ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର କୌଣସି ଶିବାଳୟରେ ଏହି ଦିନ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ପୂଜକଙ୍କ ଦ୍ବାରା କେବଳ ନୀତିକାନ୍ତି କରିବାକୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । କିନ୍ତୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗୁଣୁପୁରର ପୂଜକ ସମ୍ପ୍ରଦାୟ । ଭକ୍ତଙ୍କ ଭାବାବେଗକୁ ସରକାର ଗୁରୁତ୍ବ ଦେବା ଉଚିତ ।

ଜାଗର କଟକଣାକୁ ପୂଜକ ସମ୍ପ୍ରଦାୟଙ୍କ ବିରୋଧ

କଟକଣା ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଉ ବୋଲି ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ବର୍ଷସାରା ମଠ ମନ୍ଦିର ବନ୍ଦ ରହିଥିବା ବେଳେ ଏବେ ମୁଖ୍ୟ ପର୍ବ ପର୍ବାଣୀ ଉପରେ କଟକଣା ଜାରି କରିବା ଯୋଗୁଁ ପେଟ ପାଟଣା ଉପରେ ପ୍ରଭାବ ପଡୁଥିବା ପୂଜକ ସମ୍ପ୍ରଦାୟ କହିଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.