ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ପୋଲିସକୁ ଆକ୍ରମଣ, 144 ଧାରା ଜାରି

author img

By

Published : Jun 20, 2023, 9:47 AM IST

ରାୟଗଡାର ରୟତ କୋଲୋନୀ ଛକ ନିକଟ ଦଳିତ ସାହିରେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଫଳରେ କିଛି ଆହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

group clash
group clash
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ରାୟଗଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ସହରର ରୟତ କୋଲୋନୀ ଛକ ନିକଟ ଦଳିତ ସାହିରେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଏନେଇ ଘଟଣାସ୍ଥଳରେ କିଛି ଆହତ ହୋଇଥିଲେ । ଆହତ ୨ ଜଣ ହେଲେ କାମେଶ୍ଵର ନାଏକ ଓ ମୁନା ପ୍ରଧାନ ବୋଲି ଜଣାପଡିଛି । ସେହିପରି ଗଣ୍ଡଗୋଳ ପ୍ରଶମିତ କରିବା ପାଇଁ ଯାଇଥିବା ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ସେପଟେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଫଳରେ ଅଧିକ ଫୋର୍ସ ଉଭୟ ସାହି ପାଖରେ ମୁତୟନ କରାଯାଇଛି । ଏହି ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।

ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଶନିବାର ଦିନ ଗଣ୍ଡଗୋଳର ଶୁତ୍ରପାତ ହୋଇଥିଲା । ରୟତ କୋଲୋନୀ ଛକ ନିକଟ ଦଳିତ ସାହିର ଯୁବକମାନେ ଥାନା ପଛପଟ ଦଳିତ ସାହିର ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ପୋଲିସ ବୁଝାସୁଝା କରିବାରୁ ମାମଲା ଥଣ୍ଡା ପଡ଼ିଥିଲା । ହେଲେ ଗତକାଲି ଥାନା ନିକଟରେ ଭିନ୍ନ ଭିନ୍ନ ସ୍ଥାନରେ କାମେଶ୍ଵର ନାଏକ ଓ ମୁନାଙ୍କ ଉପରେ ଆକ୍ରମଣ ହୋଇଥିଲା । ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ପୁଣି ଗଣ୍ଡଗୋଳ ଆରମ୍ଭ ହେବାରୁ ବେଳେ ଖବରପାଇ ପୋଲିସ ଥାନା ପଛପଟ ଦଳିତ ସାହିକୁ ଯାଇଥିବା ବେଳେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ ଦୁର୍ବୃର୍ତ୍ତ । ଏହାପରେ ଘଟଣାସ୍ଥଳରେ ଅଧିକ ଫୋର୍ସ ପହଞ୍ଚିବା ପରେ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ । ସେହିପରି ଉଭୟ ସାହିର ଯୁବକମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ନିଜ ସାହି ଛକରେ ଠିଆ ହୋଇଥିବା ବେଳେ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏହି ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।

ଅପରପକ୍ଷରେ, ଥାନା ପଛପଟେ ଥିବା ଦଳିତ ସାହିରେ ଏସଡିପିଓ ଦେଵଜ୍ୟୋତି ଦାସ, ଆଇଆଇସି କେକେବିକେ କହଁର, ଇନ୍ସପେକ୍ଟର ପ୍ରସନ୍ନ ମିଶ୍ର, ସୀମା ପ୍ରଧାନ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯବାନ ସାହିର ବିଭିନ୍ନ ସ୍ଥାନରେ ଜଗିଥିବା ବେଳେ କେତେକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ତେବେ ରଥଯାତ୍ରା ପୂର୍ବଦିନ ଏହି ଘଟଣା ପୋଲିସର ଚିନ୍ତା ବଢ଼ାଇଛି । ତେବେ ପରିସ୍ଥିତି ଉପରେ ଆମର ନଜର ରହିଛି ଓ ନିୟନ୍ତ୍ରଣ ପାଇଁ ଉଦ୍ୟମ ଚାଲିଥିବା ନେଇ ଏସଡିପିଓ ଦାସ କହିଛନ୍ତି।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.