ETV Bharat / state

ନଦୀରେ ବୁଡି ଯୁବକ ନିଖୋଜ, ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Dec 3, 2020, 8:23 PM IST

ବଂଶଧାରା ନଦୀରେ ବୁଡି ଯୁବକ ନିଖୋଜ ଘଟଣାରେ ଦ୍ବିତୀୟ ଦିନରେ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...

ନଦୀରେ ବୁଡି ଯୁବକ ନିଖୋଜ, ଦ୍ୱିତୀୟ ଦିନରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ରାୟଗଡା: ନଦୀର ବୁଡି ଯୁବକ ନିଖୋଜ ଘଟଣାରେ ଦ୍ବିତୀୟ ଦିନରେ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କିନାମ ଗାଁ ନିକଟସ୍ଥ ବଂଶଧାରା ନଦୀରେ ବୁଧବାର ଜଣେ ଯୁବକ ବୁଡି ନିଖୋଜ ଅଛନ୍ତି । ନିଖୋଜ ଜଣକ ନିକଟସ୍ଥ କିନାମ ଗ୍ରାମର ବିଜୟ ଡୋଲା ।

ନଦୀରେ ବୁଡି ଯୁବକ ନିଖୋଜ, ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

ସୂଚନାଯୋଗ୍ୟ, ବିଜୟ ଗତକାଲି(ବୁଧବାର) ବଂଶଧାରା ନଈକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ସେ ନଦୀରେ ଭାସି ଯାଇଥିବା ଜଣାପଡିଛି । ତେବେ ଖବର ପାଇ ମୁନିଗୁଡା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଗତକାଲି ସାନ୍ଧ୍ୟ ଓ ଥଣ୍ଡା ଯୋଗୁଁ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ପୁଣି ଗୁରୁବାର ଆରମ୍ଭ କରାଯାଇଛି । ଗୁଣୁପୁରର ସ୍କୁବାଡାଇଭର ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାତ୍ର ଏ ଯାଏଁ ବି ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.