ETV Bharat / state

କୋରୋନା କଟକଣାରେ ଫିକା ସାବିତ୍ରୀ ଅମାବାସ୍ୟା, ଖାଁ ଖାଁ ଦେବାଳୟ - ରାୟଗଡାରେ ସାବିତ୍ରୀ ବ୍ରତ

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ସଧବା ସ୍ତ୍ରୀ ଜୀବନର ବଡ ବ୍ରତ । ହେଲେ ସାରା ଦେଶରେ କୋଭିଡ ଯୋଗୁଁ ଫିକା ପଡିଛି ସାବିତ୍ରୀ ବ୍ରତ । ଅଧିକ ପଢନ୍ତୁ..

କୋରୋନା କଟକଣାରେ ଫିକା ସାବିତ୍ରୀ ଅମାବାସ୍ୟା , ଖାଁ ଖାଁ  ଦେବାଳୟ

author img

By

Published : Jun 11, 2021, 6:24 AM IST

ରାୟଗଡା: କୋରୋନା କଟକଣାରେ ଫିକା ହେଲା ସାବିତ୍ରୀ ଅମାବାସ୍ୟା । ଖାଁ ଖାଁ ରହିଛି ଦେବାଳୟ । ଘରେ କୋଭିଡ କଟକଣା ଭିତରେ ବ୍ରତ ପାଳିଛନ୍ତି ବିବାହିତ ମହିଳା ।

କୋରୋନା କଟକଣାରେ ଫିକା ସାବିତ୍ରୀ ଅମାବାସ୍ୟା , ଖାଁ ଖାଁ ଦେବାଳୟ

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ସଧବା ସ୍ତ୍ରୀ ଜୀବନର ବଡ ବ୍ରତ । ହେଲେ ସାରା ଦେଶରେ କୋଭିଡ ଯୋଗୁଁ ଫିକା ପଡିଛି ସାବିତ୍ରୀ ବ୍ରତ । କେବଳ ବ୍ରତଧାରୀ ପରମ୍ପରା ଅନୁସାରେ ବ୍ରତ ପାଳନ କରିଛନ୍ତି । ମନରେ ଭକ୍ତି ରହିଥିଲେ ମଧ୍ୟ କୋରୋନା ସ୍ଥିତିକୁ ନେଇ ଭୟ କମିନି । ତଥାପି ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ରାୟଗଡା ସହରରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ମହିଳା ମାନେ ।

କୋଭିଡ ପୂର୍ବରୁ ବିଭିନ୍ନ ମନ୍ଦିରରେ ଏହି ବ୍ରତ ପାଳନ ପାଇଁ ନାହିଁ ନ ଥିବା ଭିଡ ଜମୁଥିବା ବେଳେ ଚଳିତ ବର୍ଷ କିନ୍ତୁ ବିନା ଭକ୍ତରେ ଖାଁ ଖାଁ ପଡିଛି ଦେବାଳୟ । ସାହି ଗଳି କନ୍ଦିରେ ବିବାହିତ ମହିଳା ମାନେ କେବଳ ନିଜ ନିଜ ଘରେ ପୂଜାର୍ଚ୍ଚନା କରିଛନ୍ତି ସାବିତ୍ରୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.