ETV Bharat / state

ବିଶ୍ୱ ମିତବ୍ୟୟତା ଦିବସ, ରାୟଗଡାରେ ସଞ୍ଚୟ ରଥର ଶୁଭାରମ୍ଭ

ଆଜି ହେଉଛି ବିଶ୍ୱ ମିତବ୍ୟୟିତା ଦିବସ । ସଞ୍ଚୟ କରିବାର ଗୁରୁତ୍ବ ବୁଝିବା ପାଇଁ ଏହି ଦିବସ ପାଳନ କରାଯାଏ । ତେବେ ଏହି ଦିବସ ଅବସରରେ ଜିଲ୍ଲାରେ ଥିବା ସ୍ବଳ୍ପ ସଞ୍ଚୟ ସଂଗଠନ ତରଫରୁ ଲୋକଙ୍କ ସଞ୍ଚୟ ପ୍ରତି ଆଗ୍ରହ ସୃଷ୍ଟି କରିବା ନେଇ ଏକ ସଞ୍ଚୟ ରଥର ଶୁଭାରମ୍ଭ କରାଯାଇଛି । ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

Savings Chariot Launches on World Friendship Day in Rayagara district
ବିଶ୍ୱ ମିତବ୍ୟ ଦିବସରେ ସଞ୍ଚୟ ରଥର ଶୁଭାରମ୍ଭ
author img

By

Published : Oct 30, 2020, 2:34 PM IST

ରାୟଗଡା: ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଂଗଠନ ତରଫରୁ ଲୋକଙ୍କ ସଞ୍ଚୟ ପ୍ରତି ଆଗ୍ରହ ସୃଷ୍ଟି କରିବା ନେଇ ଶୁକ୍ରବାର ଏକ ସଞ୍ଚୟ ରଥର ଶୁଭାରମ୍ଭ କରାଯାଇଛି। ଏହି ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସୂଚନା ମିଳିଛି ।

ବିଶ୍ୱ ମିତବ୍ୟ ଦିବସରେ ସଞ୍ଚୟ ରଥର ଶୁଭାରମ୍ଭ

ଶୁକ୍ରବାର ହେଉଛି ବିଶ୍ୱ ମିତବ୍ୟୟିତା ଦିବସ । ଏହି ଦିବସରେ ସଞ୍ଚୟ କରିବାର ଗୁରୁତ୍ବ ବୁଝିବା ପାଇଁ ଏହି ଦିବସ ପାଳନ କରାଯାଏ । ସଞ୍ଚିତ ଟଙ୍କା କଠିନ ସମୟରେ ବ୍ୟବହାର କରାଯାଇପାରିଥାଏ, ଯେପରିକି କୌଣସି ଜରୁରୀକାଳୀନ ଚିକିତ୍ସା ପରିସ୍ଥିତି । ବିନିଯୋଗ ମାଧ୍ୟମରେ ଏହା ଅଧିକ ଅର୍ଥ ସୃଷ୍ଟି କରିବାରେ ମଧ୍ୟ ବ୍ୟବହୃତ ହୋଇପାରେ ।

ତେବେ ଏହି ଦିବସ ଅବସରରେ ଜିଲ୍ଲାରେ ଥିବା ସ୍ବଳ୍ପ ସଞ୍ଚୟ ସଂଗଠନ ତରଫରୁ ଲୋକଙ୍କ ସଞ୍ଚୟ ପ୍ରତି ଆଗ୍ରହ ସୃଷ୍ଟି କରିବା ନେଇ ଏକ ସଞ୍ଚୟ ରଥର ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ମିତବ୍ୟୟିତା ଦିବସର ମହତ୍ଵ ଉପରେ ଆଲୋକପାତ କରିବା ସହ ଏକ ସଞ୍ଚୟ ରଥର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଡେପୁଟି କଲେକ୍ଟର ସୁବ୍ରତ ପାଣିଗ୍ରାହୀ, ଲିଡ଼ ବେଙ୍କ ମ୍ୟାନେଜର ବିରନ୍ଦ୍ର ବିହାରୀ, ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.