ETV Bharat / state

ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି ନାଗାବଳୀର ବାଲି, ପ୍ରତିବାଦରେ ବିକ୍ଷୋଭ

ରାୟଗଡ଼ା ଜିଲ୍ଲାର ଜୀବନରେଖା ନାଗାବଳୀ ଓ ଝଞ୍ଜାବତି ନଦୀ ଗର୍ଭରୁ ବାଲି ଉଠାଇ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି । ପ୍ରତିବାଦରେ ବିକ୍ଷୋଭ ଓ ଧାରଣା । ଅଧିକ ପଢନ୍ତୁ...

author img

By

Published : Nov 20, 2020, 1:43 AM IST

ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି ନାଗାବଳୀର ବାଲି, ପ୍ରତିବାଦରେ ବିକ୍ଷୋଭ
ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି ନାଗାବଳୀର ବାଲି, ପ୍ରତିବାଦରେ ବିକ୍ଷୋଭ

ରାୟଗଡ଼ା: ଜିଲ୍ଲାର ଜୀବନରେଖା ନାଗାବଳୀ ଓ ଝଞ୍ଜାବତି ନଦୀ ଗର୍ଭରୁ ବାଲି ଉଠାଇ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି । ବିପୁଳ ପରିମାଣରେ ବାଲି ମେସିନ ଲଗାଇ ମନଇଛା ଖନନ କରାଯିବା ସହ ଅହରହ ହେଉଛି ଚାଲାଣ । ଟ୍ରକ ଓ ଡମ୍ପରରେ ଏହା ଚାଲାଣ କରାଯାଉଛି । ଫଳରେ ନଦୀ ଗୁଡିକ ଅସୁରକ୍ଷିତ ହୋଇ ଜନବସତି ପ୍ରତି ସୃଷ୍ଟି କରୁଛି ବିପଦ । ରାୟଗଡାରେ ଏହାର ତୀବ୍ର ପ୍ରତିବାଦ କରାଯାଇଛି ।

ଜିଲ୍ଲା ବିକାଶ ପରିଷଦ ଏବଂ ନବଭାରତ ନିର୍ମାଣ ସେବା ସମିତି ପକ୍ଷରୁ ଏହି ପ୍ରତିବାଦ କରାଯିବା ସହ ରାୟଗଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି । ଦୁଇ ନଦୀରୁ ମେସିନରେ ବାଲି ଉଠାଣ ବନ୍ଦ କରିବା ସହ ଆନ୍ଧ୍ରପ୍ରଦେଶକୁ ଚାଲାଣ ରୋକିବା ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି । ମନଇଛା ବାଲି ଉଠାଣ ଓ ଚାଲାଣ ଦ୍ବାରା ସ୍ଥାନୀୟ ଗରିବ ଲୋକ ବାଲି ପାଇପାରୁନାହାଁନ୍ତି । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାର ହିତାଧିକାରୀ ସର୍ବାଧିକ ସମସ୍ୟା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ବିକାଶ ପରିଷଦ ଆବାହକ ପ୍ରଦୀପ ଦାସ ।

ସେହିପରି ଜିଲ୍ଲାରେ ଗୃହ ନିର୍ମାଣ ପାଇଁ ବାଲିର ଦର ଅହେତୁକ ବୃଦ୍ଧି ପାଇଛି । ଏଣେ ନଦୀକୂଳିଆ ଗାଁ ପ୍ରତି ବାଲି ଖନନ ବିପଦ ସୃଷ୍ଟି କରୁଛି । ଏହା ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ । ଏନେଇ ତହସିଲଦାରଙ୍କୁ ବିକ୍ଷୋଭକାରୀ ଦାବିପତ୍ର ପ୍ରଦାନ କରି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ତେବେ ତହସିଲଦାର ଉମାଶଙ୍କର ବେହେରା କହିଛନ୍ତି ଯେ, ଆନ୍ଦ୍ରପ୍ରଦେଶ କିମ୍ବା ଆନ୍ତରାଜ୍ୟ ବାଲି ଚାଲାଣ ନେଇ ସରକାର ୨୦୧୯ ମସିହାରେ ଅନୁମତି ଦେଇଛନ୍ତି । ଯାହା ରୋକିବା ଆମର ପରିଦ୍ଧି ଭିତରେ ନାହିଁ । ଅନ୍ୟ ଦାବି ଆମେ ସମାଧାନ କରିବୁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.