ETV Bharat / state

ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନ ଦୁର୍ଘଟଣା: ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ - investigation

ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନ ଦୁର୍ଘଟଣାର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ବିଶାଖାପାଟଣା ଡିଭିଜନର ଅତିରକ୍ତ ଡିଆରଏମ ଅକ୍ଷୟ କୁମାର ସକ୍ସେନାଙ୍କ ନେତୃତ୍ୱରେ ଗୁରୁବାର ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା
author img

By

Published : Jul 11, 2019, 10:59 PM IST

ରାୟଗଡା: ସମଲେଶ୍ୱରୀ ଏକ୍ସପ୍ରେସର ଇଞ୍ଜିନ ଦୁର୍ଘଟଣାର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି । ବିଶାଖାପାଟଣା ଡିଭିଜନର ଅତିରିକ୍ତ ଡିଆରଏମ ଅକ୍ଷୟ କୁମାର ସକ୍ସେନାଙ୍କ ନେତୃତ୍ୱରେ ଗୁରୁବାର ଏହି ତଦନ୍ତ ଆରମ୍ଭ ହୋଇଛି ।

ଗୁରୁବାର ଡିଆରଏମ ଅକ୍ଷୟ କୁମାର ସକ୍ସେନାଙ୍କ ୮ ଜଣିଆ ଟିମ ସିଙ୍ଗାପୁର ରୋଡ ଷ୍ଟେସନ, ଦୁର୍ଘଟଣାସ୍ଥଳ ଏବଂ କେଉଟଗୁଡା ଷ୍ଟେସନକୁ ଯାଇ ଏହି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଦୁର୍ଘଟଣାରେ ଜଳିଯାଇଥିବା ଦୁଇଟି ଇଞ୍ଜିନ, କ୍ଷତିଗ୍ରସ୍ଥ ବଗିକୁ ଅନୁଧ୍ୟାନ କରିଛନ୍ତି ।

ଏପଟେ ବିଶାଖାପାଟଣା ଡିଭିଜନର ବରିଷ୍ଠ ଡିଭିଜନାଲ ବିଦ୍ୟୁତ ଇଞ୍ଜିନିୟର ଭି.ଏଚ.ଏମ ପାତ୍ର, ଡିଏସଓ ଆର.ସି ସାହୁ, ବରିଷ୍ଠ ଡିଭିଜନାଲ ଇଞ୍ଜିନିୟର ଏମ.ଡାଭିଡ଼, ବରିଷ୍ଠ ଡିଓଏମ ଏନ.ଏନ ସିଂ ବୈଷୟିକ ବିଶେଷଜ୍ଞ ପ୍ରମୁଖ ଘଟଣାର ଟିକିନିଖି ନୀରିକ୍ଷଣ କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ସୂଚନାଯୋଗ୍ୟ, ଗତ ମେ ୨୫ତାରିଖରେ ଜଗଦଲପୁର ଠାରୁ ହାୱଡ଼ା ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଅଙ୍ଗୁର ନିକଟରେ ବିଦ୍ୟୁତ ଲାଇନ ସଜାଡୁଥିବା ଏକ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଦୁଇଟି ଯାକ ଇଞ୍ଜିନରେ ନିଆଁ ଲାଗି ପୋଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ରେଳ କର୍ମଚାରୀ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ୫ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ମନ୍ତ୍ରଣାଳୟର ସୁରକ୍ଷା ଆୟୁକ୍ତ ଆର.କେ ଶର୍ମାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ତଦନ୍ତ ସାରି ଫେରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.