ETV Bharat / state

ରାୟଗଡା ପୌର ପରିଷଦ ପକ୍ଷରୁ ବେଆଇନ ପଲିଥିନ ଉପରେ ଚଢାଉ - ରାୟଗଡା ପୌର ପରିଷଦ

ରାୟଗଡା ସହରର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ବେଆଇନ ପଲିଥିନ ଉପରେ ଚଢାଉ କରାଯାଇଛି । ପୌର ପରିଷଦ ଓ ପୋଲିସର ମିଳିତ ଭାବେ ସହରର ବିଭିନ୍ନ ଦୋକାନ ଉପରେ ଚଢଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି । ଏହାସହ ୪୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।

ରାୟଗଡା ପୌର ପରିଷଦ ପକ୍ଷରୁ ପଲିଥିନ ଉପରେ ଚଢାଉ

author img

By

Published : Dec 16, 2020, 10:01 PM IST

ରାୟଗଡା: ରାୟଗଡା ସହରର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ବେଆଇନ ପଲିଥିନ ଉପରେ ଚଢଉ କରାଯାଇଛି । ପୌର ପରିଷଦ ଓ ପୋଲିସର ମିଳିତ ଭାବେ ସହରର ବିଭିନ୍ନ ଦୋକାନ ଉପରେ ଚଢଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି ।

ଏହାସହ ୪୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ତେବେ ଏହି ପଲିଥିନ ବିକ୍ରିକୁ ସମ୍ପୂର୍ଣ ଭାବେ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ସହରରେ ଖୁଲୁମଖୁଲା ନିତିଦିନ ଏହା ବ୍ୟବହାର ହେଉଥିବା ଦେଖାଯାଉଛି ।

କାହାରି କିଛି ବାରଣ ମଧ୍ୟ ରହୁନାହିଁ । ଯାହା ଫଳରେ କି ଏହାର ଅବୈଧ ବ୍ୟବହାର ହେଉଛି ଓ ଏହାର କୁପ୍ରଭାବ ପରିବେଶ ଉପରେ ପଡୁଛି । ଅନ୍ୟପକ୍ଷେ ପୌର ପ୍ରଶାସନ ପକ୍ଷରୁ ବେଳେବେଳେ ଏମିତି ଚଢଉ କରି ଚୁପ୍‍ ବସିବା ଦ୍ୱାରା ଏହି ବେଆଇନ ବିକ୍ରି ଉପରେ ଅଙ୍କୁଶ ଲାଗିପାରୁନି । ଏଣୁ ନିୟମିତ ଏଭଳି ଚଢଉ ଓ ଜରିମାନା ଆଦାୟ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.