ETV Bharat / state

Russian Tourists Death: ଶ୍ମଶାନରେ କ୍ରାଇମବ୍ରାଞ୍ଚ, ସଂଗ୍ରହ କଲା ନମୁନା - ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା

ଋଷ ପର୍ଯ୍ୟଟକଙ୍କ ମୃତ୍ୟ ନେଇ ଶିରୀଗୁଡା ଶ୍ମଶାନରେ ପହଞ୍ଚି ତନାଘନା କରୁଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

russian tourists suspicious death
russian tourists suspicious death
author img

By

Published : Dec 31, 2022, 11:47 AM IST

Updated : Dec 31, 2022, 2:15 PM IST

russian tourists suspicious death
Russian Tourists Death

ରାୟଗଡ଼ା: ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା (Russian Tourists Death)। ରାୟଗଡାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ରାୟଗଡ଼ା ଶିରୀଗୁଡା ଶ୍ମଶାନରେ ପହଞ୍ଚି ମୃତ ଆଣ୍ଟୋଭଙ୍କ ମୃତଦେହ ଦାହ ସ୍ଥାନରୁ ନମୁନା ସଂଗ୍ରହ କଲା କ୍ରାଇମବ୍ରାଞ୍ଚ ଟିମ । ସାଇଣ୍ଟିଫିକ ଟିମ ସାହାଯ୍ୟରେ ନମୁନା ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ । ଏଥିସହ ହୋଟେଲରେ 10 ଜଣ କର୍ମଚାରୀଙ୍କୁ ଜେରା ପାଇଁ ନୋଟିସ୍‌ କରିଛି କ୍ରାଇମବ୍ରାଞ୍ଚ ।

ଶିରିଗୁଡା ଶ୍ମଶାନରେ କ୍ରାଇମବ୍ରାଞ୍ଚ

ଆଜି ତଦନ୍ତର ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୦ ଜଣିଆ ଟିମ୍ ରାୟଗଡା ଥାନା ଓ ଶିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଥିଲେ । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଛନ୍ତି । କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ମଧ୍ୟରେ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଛି । ତେବେ କ୍ରାଇମବ୍ରାଞ୍ଚ ପାଉଁଶ ତଳୁ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଏକପ୍ରକାର ଖିଅ ଖୋଜୁଥିବା ପରିଲକ୍ଷିତ ହୋଇଛି । ତେବେ ଆଜି ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ହୋଟେଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି । ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ଏବେବି ମୃତ୍ୟୁ ରହସ୍ୟ ଘେରରେ

ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ ଆଣ୍ଟୋଭ ପାଭେଲଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ହଟୁନି ପରଦା । ଏହି 2 ଜଣ ଆତ୍ମହତ୍ୟା କରିଛନ୍ତି ନା କେହି ଏମାନଙ୍କୁ ହତ୍ୟା କରିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଏହାକୁ ନେଇ ଗତକାଲି ଠାରୁ କ୍ରାଇମବ୍ରାଞ୍ଚ ଓ ଫରେନସିକ ଲ୍ୟାବର 10 ଜଣିଆ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସାଇ ଇଣ୍ଟରନାସନାଲ ହୋଟେଲ ପରିସରରେ ପାୱେଲଙ୍କ ଏକ ଚପଲ ଜବତ କରିଥିଲା । ଉଭୟ ଭ୍ଲାଦିମିର ଓ ପାୱେଲ ରହୁଥିବା ରୁମକୁ ଯାଞ୍ଚ କରାଯାଇ ରୁମରେ ଥିବା ଏକ କାଚ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଥିଲା । ଜେରାର ସମ୍ମୁଖୀନ ହେଉଥିବା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ବୟାନର ଭିଡିଓ ରେକର୍ଡ କରଯାଇଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ରହସ୍ୟ ଘେରରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ପୂର୍ବତନ ପୋଲିସ ଡିଜି କହିଲେ ସିବିଆଇ ତଦନ୍ତ ଜରୁରୀ

ସିବିଆଇ ତଦନ୍ତ ଦାବି

ଏହି ଘଟଣା ନେଇ ପୂର୍ବତନ ପୋଲିସ ଡିଜି ବିପିନ ବିହାରି ମିଶ୍ର କହିଥିଲେ ଯେ, ''ଏହି ଘଟଣାରେ ଅନ୍ତର୍ଜାତୀୟ ସମ୍ପର୍କ ରହିଥିବା ଅନେକ ସନ୍ଦେହ କରୁଛନ୍ତି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ ସମର୍ଥନରେ ଅଛନ୍ତି ଆମେରିକା ଏବଂ ନାଟୋ ଦେଶ ସମୂହ । ଯଦି ଏହି 2 ପର୍ଯ୍ୟଟକଙ୍କ ମୃତ୍ୟୁ ସହିତ ଅନ୍ତର୍ଜାତୀୟ ସମ୍ପର୍କ ରହିଛି, ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଦେବା କଥା ।" ଯେହେତୁ ସାଂସଦ ଆଣ୍ଟୋଭ ପାଭେଲ ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ବୋଲି କୁହାଯାଉଛି, ଏହି ମୃତ୍ୟୁ ସହିତ ଅନ୍ତର୍ଜାତୀୟ ସମ୍ପର୍କକୁ ଏଡାଇ ଦିଆଯାଇପାରିବ ନାହିଁ । ତେଣୁ ସିବିଆଇ ପୁରା ଘଟଣାର ତଦନ୍ତ କରିବା ଆବଶ୍ୟକ ହୋଇପଡ଼ିଛି ।''

ଏହା ମଧ୍ୟ ପଢନ୍ତୁ-Russian Tourists Death: ମୃତ୍ୟୁ ସସପେନ୍ସରୁ ଉଠିବ ପରଦା, କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ମିଳିଥିବା ସୂଚନା ଅନୁଯାୟୀ, ଗତ 22 ତାରିଖରେ ରାୟଗଡାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିବା ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ 24 ତାରିଖରେ ଆଣ୍ଟୋଭ ପାଭେଲଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସିଆଇବି ଏବଂ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ଏହାର ତଦନ୍ତ କରୁଥିବା ବେଳେ କ୍ରାଇମବ୍ରାଞ୍ଚର ଟିମ ସିଆଇବି ସହିତ ଆଲୋଚନା କରି ତଦନ୍ତକୁ ଆଗକୁ ବଢାଉଛି । ତେବେ ଡିଏନଏ ରିପୋର୍ଟ ଆସିବା ପରେ କେଉଁ ପରିସ୍ଥିତିରେ ଏହି 2 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

Last Updated : Dec 31, 2022, 2:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.