ETV Bharat / state

୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ରାୟଗଡାରେ ଥମୁନି ଗଞ୍ଜେଇ ଚୋରା ଚାଲାଣ । ବିଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ମାଫିଆମାନେ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 9, 2021, 10:48 PM IST

Rs 13 lakh ୫୮ thousand ganja-seized in-rayagada
୧୩ ଲକ୍ଷ ୫୮ ହଜାର ଟଙ୍କାର ଗଞ୍ଜେଇ ଜବତ

ରାୟଗଡା: ରାୟଗଡାରେ ଥମୁନି ଗଞ୍ଜେଇ ଚୋରା ଚାଲାଣ । ବିଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ମାଫିଆମାନେ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ତେବେ ରାୟଗଡା ପୋଲିସର କଡା ପହରା ଯୋଗୁଁ ବର୍ତ୍ତିପାରୁନାହାଁନ୍ତି ଗଞ୍ଜେଇ ଚାଲାଣକାରୀ । ଧରା ପଡୁଛନ୍ତି ପୋଲିସ ହାତରେ ।

୧୩ ଲକ୍ଷ ୫୮ ହଜାର ଟଙ୍କାର ଗଞ୍ଜେଇ ଜବତ

ଆଜି(ଶନିବାର) ପୁଣି ଥରେ ରାୟଗଡା ସହରସ୍ଥିତ ୪ କି.ମି ଦୂରସ୍ଥିତ ସିରିକୋଣା ଛକ ନିକଟରୁ ୨୭୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ରାୟଗଡା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ପୋଲିସ ଟିମ ସକାଳ ୬.୨୫ ମିନିଟ ସମୟରେ ସିରିକୋଣା ଛକ ନିକଟରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏକ ବୋଲେରୋ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା ରାୟଗଡା ପୋଲିସ ।

ପୋଲିସ ଯାଞ୍ଚ ସମୟରେ ଉକ୍ତ ଗାଡିରୁ ୧୨ଟି ବସ୍ତାରେ ୨୭୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ୫୮ ହଜାର ୫୦୦ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି ।

ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅମରେନ୍ଦ୍ର ଦାଶ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜବତ ହୋଇଥିବା ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ବାଲେଶ୍ୱରକୁ ଚାଲଣ ହେଉଥିବା ବୋଲି ଜଣାପଡିଛି । ଏନେଇ କେଶ ନଂ ୦୭, ତା ୦୮.୦୧.୨୦୨୧ ରିଖ ଧାରା ୨୦(ବି) ଅବୈଧ ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.