ETV Bharat / state

ପିକଅପ ଭ୍ୟାନ ଧକ୍କାରେ ଶିଶୁର ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ - ରାୟଗଡାରେ ଗାଡି ଧକ୍କାରେ ଶିଶୁର ମୃତ୍ୟୁ

ରାୟଗଡା ସହରର ଜଗନ୍ନାଥ ମନ୍ଦିର ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ୩ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲା ବଜରଙ୍ଗି ବେହେରା । ଏହି ଦୁର୍ଘଟଣା ପରେ ଉତ୍ତେଜିତ ହୋଇଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ପିକଅପ ଭ୍ୟାନ ଧକ୍କାରେ ଶିଶୁର ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ

author img

By

Published : Jan 7, 2022, 10:41 PM IST

ରାୟଗଡା: ରାୟଗଡା ସହରର ଜଗନ୍ନାଥ ମନ୍ଦିର ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ୩ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲା ବଜରଙ୍ଗି ବେହେରା । ଏହି ଦୁର୍ଘଟଣା ପରେ ଉତ୍ତେଜିତ ହୋଇଛନ୍ତି ସ୍ଥାନୀୟ ଲୋକେ ।

ପିକଅପ ଭ୍ୟାନ ଧକ୍କାରେ ଶିଶୁର ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ

କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଭ୍ୟାନ ଅଟକ ରଖିବା ସହିତ ଟାୟାର ଜାଳି ରାସ୍ତାରୋକ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଭ୍ୟାନ ମାଲିକଙ୍କୁ ମୃତ ଶିଶୁର ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଘର ବାହାରେ ଶିଶୁ ଥିବା ସମୟରେ ଏକ ଭ୍ୟାନ ଦୃତ ଗତିରେ ଆସି ଶିଶୁକୁ ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ଶିଶୁର ମୃତ୍ୟୁ ହୋଇଥିଲା, ଆଉ ଘଟଣାର ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତାରୋକ କରାଯିବା ଯୋଗୁଁ ଓଡିଶା-ଆନ୍ଧ୍ରପ୍ରଦେଶ ରାଜ୍ୟ ରାଜପଥରେ ଯାନବାହନ ଚଳାଚଳ ଠପ ହୋଇପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.