ରାୟଗଡା: ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ କଲ୍ୟାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ କଲ୍ୟାଣସିଂପୁର ବ୍ଲକର ସାନବ୍ରାହ୍ଣଣ ଅଞ୍ଚଳରୁ 200 ପରିବାରକୁ ସ୍ତାନାନ୍ତର କରାଯାଇଛି ।
ସେହିପରି ଟିକିରି, ଭାଲୁମସ୍କା ମଝିରେ ଥିବା ରାଉଳି ନିକଟର ରେଳ ଧାରଣାରେ ଗଛ ପଡିବାରୁ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ ଟିକିରି ଠାରେ ଅଟକି ରହିଛି ।
ଅନ୍ୟପଟେ କାଶୀପୁର ବ୍ଲକର ଡଙ୍ଗାସିଲ୍ର ବିଦ୍ୟାଳୟରେ ବି ପାଣି ପଶି ଯାଇଛି । ଆହୁରି ମଧ୍ୟ ନାଗାବଳି ଓ ବଂଶଧାରା ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି । ଆଗାମୀ 24ଘଣ୍ଟା ଏପରି ବର୍ଷା ଲାଗି ରହିଲେ ରାୟଗଡା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ