ETV Bharat / state

ଡଙ୍ଗରିଆଙ୍କ ବିରୋଧ ସତ୍ତ୍ବେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ - ରାୟଗଡାରେ ସରିଲା ସାନି ନିର୍ବାଚନ

ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ। କଡ଼ା ସୁରକ୍ଷା ବଳୟ ଭିତରେ ଅତିରିକ୍ତ ଏସପି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିର୍ବାଚନ ସରିଛି । ଅଧିକ ପଢନ୍ତୁ

ଡଙ୍ଗରିଆଙ୍କ ବିରୋଧ ସତ୍ବେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ

author img

By

Published : Feb 23, 2022, 10:43 PM IST

ରାୟଗଡା: ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ। କଡ଼ା ସୁରକ୍ଷା ବଳୟ ଭିତରେ ଅତିରିକ୍ତ ଏସପି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୁନଃ ନିର୍ବାଚନ ସରିଛି । ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡବାଲି ବୁଥରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କେନ୍ଦ୍ରରେ ବିଭ୍ରାଟ ଘଟିଥିଲା ।

ଡଙ୍ଗରିଆଙ୍କ ବିରୋଧ ସତ୍ବେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ

କିଛି ଯୁବକ ରେଗିଙ୍ଗ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ପରେ ମୁଣ୍ଡବାଲି ୮ ନମ୍ବର ବୁଥରେ ପୁନଃ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଯାହାକୁ ଡ଼ଙ୍ଗରିଆ କନ୍ଧମାନେ ତୀବ୍ର ବିରୋଧ କରିଥିଲେ ।

ଏହାବି ପଢନ୍ତୁ : ଗୁରୁବାର ସରିବ ମତଦାନ, ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ DGP

ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ସାନି ନିର୍ବାଚନକୁ ବିରୋଧ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବିଷମକଟକ ବ୍ଲକରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଥ ଜବରଦଖଲ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ୧୬ ତାରିଖରେ ନିର୍ବାଚନ ହୋଇଥିଲା ଓ ୧୯ ତାରିଖରେ ଏହି ଭିଡିଓ ଭାଇରାଲ ହୋଇଥିଲା।

ଭିଡିଓ ଲୋକ ଲୋଚନକୁ ଆସିବା ପରେ ସାନି ମତଦାନ ପାଇଁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଦାବି ହୋଇଥିଲା। ତେବେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଆଜି(ବୁଧବାର) ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡବାଲି ବୁଥ ନମ୍ବର 8ରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି । ଡଙ୍ଗରିଆ ମାନେ ବୁଧବାର ସକାଳୁ ବୁଥକୁ ଆସି ଭୋଟ ଦେଉଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସିଆରପିଏଫ ଓ ଡ଼ିଭିଏଫ ଫୋର୍ସକୁ ନିୟୋଜିତ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.