ETV Bharat / state

ବିକାଶର ବହୁ ଦୂରରେ ସେରାପଡି ଗାଁ - ରାୟଗଡା ନ୍ୟୁଜ

ସତେ ଯେମିତି ବିକାଶର ଛାଇ ସାତ ସପନ ହୋଇଯାଇଛି ରାୟଗଡା ଜିଲ୍ଲାରେ । ତୃଣମୂଳ ସ୍ତରରେ ଜିଲ୍ଲାର ଚିତ୍ର ସଂପୂର୍ଣ୍ଣ ଅଲଗା । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ସଦର ମହକୁଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ସେରାପଡି ଗାଁରେ । ଅଧିକ ପଢନ୍ତୁ...

ବିକାଶର ବହୁ ଦୂରରେ ସେରାପଡି ଗାଁ
ବିକାଶର ବହୁ ଦୂରରେ ସେରାପଡି ଗାଁ
author img

By

Published : Jun 27, 2021, 5:55 PM IST

ରାୟଗଡା: ସତେ ଯେମିତି ବିକାଶର ଛାଇ ସାତ ସପନ ହୋଇଯାଇଛି ରାୟଗଡା ଜିଲ୍ଲାରେ । ତୃଣମୂଳ ସ୍ତରରେ ଜିଲ୍ଲାର ଚିତ୍ର ସଂପୂର୍ଣ୍ଣ ଅଲଗା । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ସଦର ମହକୁଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ସେରାପଡି ଗାଁରେ ।

ବିକାଶର ବହୁ ଦୂରରେ ସେରାପଡି ଗାଁ

ରାୟଗଡା ସହରରୁ ମାତ୍ର 2 କିଲୋମିଟର ଝଞ୍ଜାବତୀ ନଦୀ ପାର ହୋଇଗଲେ ଚିତ୍ର ସ୍ପଷ୍ଟ ବାରି ହୋଇପଡିବ । ଆମେ କହୁଛୁ ତାଢମା ପଞ୍ଚାୟତ ଅନ୍ତର୍ଗତ ସେରାପାଡି ଗ୍ରାମର କଥା । ବିକାଶର ନାରା ଆଉ ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନ ଏହି ଗ୍ରାମର ଆଦିବାସୀଙ୍କ ପାଇଁ ଯେପରି ଉପହାସ ସଦୃଶ୍ୟ ପାଲଟିଛି ।

ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଗ୍ରାମର ଲୋକେ ନିଜ ସାମାଜିକ ନ୍ୟାୟ ପାଇଁ ନୀତି ସଂଘର୍ଷ କରୁଛନ୍ତି । ପାହାଡ ପର୍ବତ ଘେରା ସେରାପାଡି ଗ୍ରାମ । ଚାରିଆଡେ ପାହାଡ ଆଉ ପାହାଡକୁ ଲାଗି କାହିଁ କେଉଁ କାଳରୁ ଜନବସତି ସ୍ଥାପନ ହୋଇଛି । ଗ୍ରାମରେ ପ୍ରାୟ 13ଟି ପରିବାର ବସବାସ କରୁଥିବାବେଳେ ଜନସଂଖ୍ୟା ପାଖାପାଖି 70 ହେବ ।

ବିକାଶ ସତେ ଯେମିତି ଏଠି ମୁଣ୍ଡ ନଇଁଛି । ରାୟଗଡା ସହରରୁ ଝଞ୍ଜାବତୀ ନଦୀ ଏପଟେ ଜିଲ୍ଲାର ସଦର ମହକୁମା ସେପଟେ ନଦୀ ପାର ପରେ ମାତ୍ର 2 କିଲୋମିଟର ଦୂରରେ ରହିଛି ଏହି ଗାଁ । କିନ୍ତୁ ଝଞ୍ଜାବତୀ ନଦୀ ଉପରେ ପୋଲଟି ନଥିବା ଯୋଗୁଁ ଆର୍ଜୁନଗୁଡା ଦେଇ 10 କିଲୋମିଟର ଯିବାକୁ ପଡୁଛି । ଏଠି ସ୍ବାସ୍ଥ୍ୟସେବା କଥା ନକହିଲେ ଭଲ ।

ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନଥିବା ଯୋଗୁଁ ଜରୁରୀକାଳିନ ପରିସ୍ଥିତିରେ ବୃଦ୍ଧାବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ଖଟିଆରେ ବୋହି ଝଞ୍ଜାବତୀ ନଦୀ ଲଂଘି ନେବାକୁ ପଡିଥାଏ । କାରଣ ଏହି ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ । ଯାହାଫଳରେ ସେରାପାଡି ପରି ସହରତଳି ଗାଁରେ ଯଦି ବିକାଶର ପାଦଚିହ୍ନ ପଡିନାହିଁ ତେବେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଅବସ୍ଥା କଣ ଏଥିରୁ ସ୍ଵସ୍ଥ ଅନୁମେୟ । ଚାରିଆଡେ ଡଙ୍ଗର ଆଉ ମଝିରେ ଗାଁଟି । ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଲୋକେ ପାଉନାହାନ୍ତି ମୌଳିକ ସୁବିଧା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.