ETV Bharat / state

ବ୍ରହ୍ମପୁର ଘଟଣାପରେ କୋର୍ଟରେ ସୁରକ୍ଷା ବଢାଇଲା ରାୟଗଡ଼ା ପୋଲିସ - ରାୟଗଡ଼ା କୋର୍ଟର ସୁରକ୍ଷା ବଢାଇଲା ଜିଲ୍ଲା ପୋଲିସ

ବ୍ରହ୍ମପୁର ଘଟଣା ପରେ ରାୟଗଡ଼ା କୋର୍ଟର ସୁରକ୍ଷା ବଢାଇଲା ଜିଲ୍ଲା ପୋଲିସ । ବ୍ରହ୍ମପୁର ସହରରେ ଥିବା ଏସଡିଜେଏମଙ୍କ କୋର୍ଟରେ ପଶି ଜଣେ ବ୍ୟକ୍ତି ଏକ ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ଘଟଣାପରେ କୋର୍ଟରେ ସୁରକ୍ଷା ବଢାଇଲା ରାୟଗଡ଼ା ପୋଲିସ

author img

By

Published : Dec 6, 2022, 3:27 PM IST

ରାୟଗଡ଼ା : ବ୍ରହ୍ମପୁର ଘଟଣା ପରେ ରାୟଗଡ଼ା କୋର୍ଟର ସୁରକ୍ଷା ବଢାଇଲା ଜିଲ୍ଲା ପୋଲିସ । ଗତ 28 ତାରିଖ ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଥିବା ଏସଡିଜେଏମଙ୍କ କୋର୍ଟରେ ପଶି ଜଣେ ବ୍ୟକ୍ତି ଏକ ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ତେବେ ଏହି ଘଟଣାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାରେ ଥିବା କୋର୍ଟର ସୁରକ୍ଷା ନେଇ ଚିନ୍ତା ବଢିଛି ଜିଲ୍ଲା ପୋଲିସର ।

ବ୍ରହ୍ମପୁର ଘଟଣାପରେ କୋର୍ଟରେ ସୁରକ୍ଷା ବଢାଇଲା ରାୟଗଡ଼ା ପୋଲିସ

ରାୟଗଡା ଏକ ମାଓବାଦୀ ପ୍ରବଣ ଜିଲ୍ଲା । ବିଭିନ୍ନ ସମୟରେ ପଡୋଶୀ ଆନ୍ଧ୍ରରୁ ଅସାମାଜିକ ଲୋକେ ଆସି ଏଠାରେ ଚୋରି, ଡକାୟତି ଠାରୁ ଆରମ୍ଭ କରି ହତ୍ୟା ଭଳି ଅପରାଧ ଘଟାଇବା ନଜିର ରହିଛି । ତେବେ ବ୍ରହ୍ମପୁର ଘଟଣାପରେ କୋର୍ଟ ଗୁଡିକରେ ସୁରକ୍ଷା ବଢାଇବା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା ।

ଏନେଇ ଗତ ଶନିବାର ଦିନ ଏସପିଙ୍କ ନେତୃତ୍ଵରେ ଏକ ଟିମ ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତ ପରିସରକୁ ଯାଇଥିଲେ । ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଆଜିଠାରୁ ପୋସ୍କୋ କୋର୍ଟ ଏବଂ ପରିବାର ଅଦାଲତରେ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ.କୋର୍ଟ ପରିସରରେ ମାଜିଷ୍ଟ୍ରେଟଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ, ଅଭିଯୁକ୍ତ ଅଟକ

ଆଗାମୀ ଦିନରେ ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତ ପରିସରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପ୍ରଧାନ । ଏହାସହ ଦୌରା ଜର୍ଜଙ୍କ ଅଦାଲତ ପରିସରକୁ ପ୍ରବେଶ ଓ ପ୍ରସ୍ଥାନ ଭଳି ଦୁଇଟି ଦୁଆର କରାଯିବ ବୋଲି ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.