ETV Bharat / state

ଖୋଲିଲା ମା' ମଝିଘରିଆଣୀ ହୁଣ୍ଡି, ବାହାରିଲା ୫୮ ଲକ୍ଷ ଟଙ୍କା ସମେତ ସୁନାଗହଣା

author img

By

Published : Jun 22, 2023, 6:49 AM IST

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ହୁଣ୍ଡିରୁ ଖୋଲା ଯାଇଛି । ସେଥିରୁ ମୋଟ୍ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା ସମେତ ୩୯ ଗ୍ରାମ ସୁନା ଓ ୧ ହଜାର ୬୫୦ ଗ୍ରାମ ରୂପା ଆୟ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ

ମା' ମଝିଘରିଆଣୀ ମନ୍ଦିରର ଦାନ ଅର୍ଥ ଗଣତି
ମା' ମଝିଘରିଆଣୀ ମନ୍ଦିରର ଦାନ ଅର୍ଥ ଗଣତି
ମା' ମଝିଘରିଆଣୀ ମନ୍ଦିରର ଦାନ ଅର୍ଥ ଗଣତି

ରାୟଗଡ଼ା: ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣି ମନ୍ଦିର ହୁଣ୍ଡି ଆଜି ଖୋଲାଯାଇଛି । ବର୍ଷକୁ 4ଥର ଲେଖାଏ ପ୍ରତିବର୍ଷ ମା ମଝିଘରିଆଣୀଙ୍କ ହୁଣ୍ଡି ଖୋଲା ଯାଇଥାଏ । ତେବେ ଚଳିତ ବର୍ଷ ମଧ୍ୟ ଚୈତ୍ର ଯାତ୍ରା ପୂର୍ବରୁ ମା'ଙ୍କ ହୁଣ୍ଡି ଖୋଲାଯିବା ନିୟମ ରହିଛି । ନିୟମ ଅନୁସାରେ ହୁଣ୍ଡି ଖୋଲାଯାଇ ଦାନ ଅର୍ଥ ଗଣତି କରାଯାଇଛି । ଗଣତି ପରେ ହୁଣ୍ଡିରୁ ନଗଦ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା ସହିତ ୩୯ ଗ୍ରାମ ସୁନା ଓ ୧ ହଜାର ୬୫୦ ଗ୍ରାମ ରୂପା ବାହାରିଥିବା ଜଣାପଡିଛି ।

ଏଥିସହ ୫ଟି ଆମେରିକୀୟ ଡଲାର ମଧ୍ୟ ହୁଣ୍ଡିରୁ ବାହାରିଛି । ବିଦେଶରେ ରହୁଥିବା କୌଣସି ଭକ୍ତ ମା'ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି । ଆଜି ସକାଳ ୧୦ଟା ସମୟରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା । ଦୀର୍ଘ ୮ ଘଣ୍ଟା ଧରି ଏହି ଗଣତି ଚାଲିଥିଲା । ଏହା ପୂର୍ବରୁ ଗତ ମାର୍ଚ୍ଚ ୨୭ ତାରିଖରେ ମନ୍ଦିର ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ ହୁଣ୍ଡିରୁ ୪୫ ଲକ୍ଷ ୧ ହଜାର ୨୪୯ ଟଙ୍କା ସହିତ ୨୯ ଗ୍ରାମ ସୁନା ଓ ୧ ହଜାର ୧୬୯ ଗ୍ରାମ ରୂପା ବାହାରିଥିଲା ।

ତେବେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ମାନସିକଧାରୀ ଭକ୍ତ ହୁଣ୍ଡିରେ ଦାନ ପ୍ରଦାନ କରୁଛନ୍ତି । ଆଜିର ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ହୁଣ୍ଡି ଖୋଲି ଗଣତି ବେଳେ ସିସିଟିଭି କ୍ୟାମେରାରେ ନଜର ରଖାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ମାନସିକଧାରୀ ଭକ୍ତ ହୁଣ୍ଡିରେ ଦାନ ପ୍ରଦାନ କରିଥାନ୍ତି। ବର୍ଷକୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯିବାର ନିୟମ ଥିବାବେଳେ ତାହା ପ୍ରତିବର୍ଷ ପାଳନ ହୋଇଆସୁଛି । ଆଜି ହୁଣ୍ଡିରୁ ବାହାରିଥିବା ଟଙ୍କା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି । ସେହିପରି ସୁନା ଓ ରୂପା ଜିଲ୍ଲା କୋଷାଗାରରେ ରଖାଯାଇଛି ।

ତେବେ ଆଜିର ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ହୁଣ୍ଡି ଖୋଲି ଗଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ତେବେ ମା'ଙ୍କ ହୁଣ୍ଡିରୁ ବାହାରି ଥିବା ଅର୍ଥରେ ମନ୍ଦିର ପରିଚାଳନା ସହିତ ପାରିପାର୍ଶ୍ଵିକ ଉନ୍ନୟନରେ ଖର୍ଚ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା ଟ୍ରଷ୍ଟିର ଅଧ୍ୟକ୍ଷ ରାୟ ସିଂ ବିଡ଼ିକା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.