ETV Bharat / state

ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି, ଜାଣନ୍ତୁ ମିଳିଲା କେତେ ଟଙ୍କା ? - ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି

ଦେବୀ ମାଆ ମଝିଘରିଆଣୀଙ୍କ ହୁଣ୍ଡିରୁ ବାହାରିଲା ୪୫ ଲକ୍ଷ ଟଙ୍କା ସହ ୨୯ ଗ୍ରାମ ସୁନା ୧୧୬୯ ଗ୍ରାମ ରୂପା । ଅଧିକ ପଢନ୍ତୁ

maa majhighariani hundi opened
maa majhighariani hundi opened
author img

By

Published : Mar 28, 2023, 9:40 AM IST

maa majhighariani hundi opened

ରାୟଗଡ଼ା: ଖୋଲିଲା ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି । ଗଣତି ପରେ ହୁଣ୍ଡିରୁ ନଗଦ ୪୫ ଲକ୍ଷ ୧ ହଜାର ୨୪୯ ଟଙ୍କା ସହିତ ୨୯ ଗ୍ରାମ ସୁନା ଓ ୧୧୬୯ ଗ୍ରାମ ରୂପା ବାହାରିଛି । ଏଥି ସହ ୭ଟି ଆମେରିକୀୟ ଡଲାର ମୋଟ ୭୭ ଡଲାର ହୁଣ୍ଡିରୁ ବାହାରିଛି । ବିଦେଶରେ ରହୁଥିବା କୌଣସି ଭକ୍ତ ମାଆଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି । ପ୍ରତିବର୍ଷ 4 ଥର ମାଆ ମଝିଘରିଆଣୀଙ୍କ ହୁଣ୍ଡି ଖୋଲା ଯାଉଥିବା ବେଳେ ଚଳିତ ବର୍ଷ ଚୈତ୍ର ଯାତ୍ରା ପୂର୍ବରୁ ମା’ଙ୍କ ହୁଣ୍ଡି ଖୋଲାଯିବା ନିୟମ ରହିଥିଲା ।

ଗତକାଲି ସକାଳ ୧୦ ଟା ସମୟରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା । ଦୀର୍ଘ ୮ ଘଣ୍ଟା ଧରି ଗଣତି ଚାଲିଥିଲା । ଏଥି ପୂର୍ବରୁ ଗତ ଡିସେମ୍ବର ୨୧ ତାରିଖରେ ମନ୍ଦିର ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ ହୁଣ୍ଡିରୁ ୬୨ ଲକ୍ଷ ୨୨ ହଜାର ୫୯ ଟଙ୍କା ସହିତ ୪୬ ଗ୍ରାମ ସୁନା ଓ ୧୭୭୫ଗ୍ରାମ ରୂପା ବାହାରିଥିଲା । ବିଭିନ୍ନ ଅଞ୍ଚଳରୁ ଆସୁଥିବା ମାନସିକଧାରୀ ଭକ୍ତ ହୁଣ୍ଡିରେ ଦାନ ପ୍ରଦାନ କରୁଛନ୍ତି । ବର୍ଷକୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ସୋମବାର ହୁଣ୍ଡିରୁ ବାହାରିଥିବା ଟଙ୍କା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି । ସେଭଳି ସୁନା ଓ ରୂପା ଜିଲ୍ଲା କୋଷାଗାରରେ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଉ କାମ ଦେବନି IPS ଉମାଶଙ୍କରଙ୍କ ଚାପ ! ଲୁମେକ୍ସ ମହାଠକେଇର ତଦନ୍ତ କରିବ EOW

ଗଣତି ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ହୁଣ୍ଡି ଖୋଲି ଗଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ତେବେ ମାଆଙ୍କ ହୁଣ୍ଡିରୁ ବାହାରି ଥିବା ଅର୍ଥରେ ମନ୍ଦିର ପରିଚାଳନା ସହିତ ପାରିପାର୍ଶ୍ବିକ ଉନ୍ନୟନରେ ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା ଟ୍ରଷ୍ଟିର ଅଧକ୍ଷ ରାୟ ସିଂ ବିଡ଼ିକା । ତା’ ସହିତ ଆସନ୍ତା 1 ତାରିଖରୁ ମାଆ ମଝିଘରିଆଣୀଙ୍କ ବାର୍ଷିକ ଚୈତ୍ର ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ହୁଣ୍ଡି ଖୋଲାଯାଇ ଏଥିରୁ ବାହାରି ଥିବା ଅର୍ଥ ଯାତ୍ରା ପାଇଁ ମଧ୍ୟ ଖର୍ଚ୍ଚ ହେବ ବୋଲି ରାୟ ସିଂ ବିଦିକା କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.