ETV Bharat / state

ମା’ କାଳୀଙ୍କ ଆଗମନ ପାଇଁ ପ୍ରସ୍ତୁତ ହେଉଛି ରାୟଗଡ଼ା - କାଳୀ ପୂଜା

କାଳୀ ପୂଜା ପାଇଁ ପ୍ରସ୍ତୁତ ହେଉଛି ରାୟଗଡ଼ା । ମା’ଙ୍କ ମୃଣ୍ମୟୀ ମୁର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି କାରିଗର । ଅଧିକ ପଢ଼ନ୍ତୁ...

କାଳୀ ପୂଜା ପାଇଁ ଚଳ ଚଞ୍ଚଳ ରାୟଗଡ଼ା
author img

By

Published : Oct 26, 2019, 6:40 AM IST

ରାୟଗଡା: ଆଉ ଦିନଟେ ପରେ ଦିପାବଳୀ । ମା କାଳୀଙ୍କ ଆର୍ବିଭାବ ହେବ ଧରାପୃଷ୍ଟରେ । ସେଥିପାଇଁ ସବୁଆଡ଼େ ଚାଲିଛି ପ୍ରସ୍ତୁତି, ଆଉ ଏଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲ୍ଲା । ଯଦିଓ ଜିଲ୍ଲାର କାଁଭାଁ କେଉଁଠି କାଳୀପୁଜା ହୁଏ ତେବେ ରାୟଗଡ଼ା ଫେଣ୍ଡସ ଆସୋସିଏସନ ଦ୍ବାରା ଚାଲିଥିବା ପୂଜା ବହୁ ପୁରାତନ । ଦୀର୍ଘ 37 ବର୍ଷ ଧରି ଏଠାରେ ମା କାଳୀଙ୍କ ମୃଣ୍ମୟୀ ମୁର୍ତ୍ତି ପୂଜାପାଇ ଆସୁଛନ୍ତି ।

କାଳୀ ପୂଜା ପାଇଁ ଚଳ ଚଞ୍ଚଳ ରାୟଗଡ଼ା

ହାତରେ ମାତ୍ର ଗୋଟିଏ ଦିନ ଥିବା ବେଳେ ଯୋର ଶୋରରେ ଚାଲିଛି ପ୍ରସ୍ତୁତି ପର୍ବ । ହେଲେ ବାଧକ ସାଜିଛି ଲଘୁଚାପ ବର୍ଷା । ରାଜ୍ୟର ଅନ୍ୟ ପୂଜା ଠାରୁ ଏଠିକା କାଳୀ ପୂଜାକୁ ଭିନ୍ନ ବୋଲି ଦାବି କରନ୍ତି ଏଠିକା ଉଦ୍ୟକ୍ତା । ସବୁ ଆଡ଼େ ଦିନେ ଦୁଇଦିନ ପୂଜାପରେ ବିସର୍ଜନ ହୋଇଥାଏ ମା’ଙ୍କ ମୃଣ୍ମୟୀ ମୁର୍ତ୍ତି । ଏଠି କିନ୍ତୁ ୧୧ ଦିନ ଧରି ପୂଜା ପାଇଥା’ନ୍ତି ମା । ଦିପାବଳୀ ମଧ୍ୟ ରାତ୍ରୀରେ ମା କାଳୀଙ୍କୁ ଅବାହନ କରାଯାଇ ପ୍ରତ୍ୟେକ ଦିନ ଦଶମହାବିଦ୍ୟାର ଗୋଟିଏ ଗୋଟିଏ ରୁପକୁ ପୂଜା କରାଯାଇଥାଏ । ଶେଷଦିନ କୁମାରୀ ଝିଅଙ୍କୁ ନେଇ ବାଲ୍ୟ କୁମାରୀ ପୂଜା କରାଯାଇଥାଏ । ଏହାକୁ ଦେଖିବାକୁ ଜିଲ୍ଲା ତଥା ପଡ଼ୋଶୀ ଆନ୍ଧ୍ରରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କାଳିପୂଜା ପାଇଁ ଚଳ ଚଚଂଳ ରାୟଗଡ଼ାBody:ଆଉ ଦିନଟେ ପରେ ଦିପାବଳୀ । ମାଁ କାଳିଙ୍କ ଆର୍ବିଭାବ ହେବ ଧରାପୃଷ୍ଟକୁ । ସେଥିପାଇଁ ସବୁଆଡ଼େ ଚାଲିଛି ଚାଲିଛି ପ୍ରସ୍ତୁତି ଏଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲ୍ଲା । ଯହିଓ ଜିଲ୍ଲାର କାଁଭାଁ କେଉଁଠି କାଳିପୁଜା ହୁଏ ତେବେ ରାୟଗଡ଼ା ଫେଣ୍ଡସ ଆସୋସିଏସନ ଦ୍ୱାରା ଚାଲିଥିବା ପୂଜା ବହୁ ପୁରାତନ । ଏହି ଦିର୍ଘ ୩୭ ବର୍ଷ ଧରି ଏଠାରେ ମାଁ କାଳିଙ୍କ ମୃମ୍ମୟୀ ମୁର୍ତୀ ପୂଜାପାଇ ଆସୁଛନ୍ତି । ତେବେ ହାତରେ ମାତ୍ର ଦିନଟିଏ ଥିବା ବେଳେ ଯୋର ଶୋରରେ ଚାଲିଛି ପ୍ରସ୍ତୁତି ପର୍ବ । ହେଲେ ବାଧକ ସାଜିଛି ଲଘୁଚାପ ବର୍ଷା । Conclusion:ରାଜ୍ୟର ଅନ୍ୟ ପୂଜା ଠାରୁ ଏଠିକା କାଲିଙ୍କ ପୂଜାକୁ ଭିନ୍ନ ବୋଲି ଦାବୀ କରନ୍ତି ଏଠିକା ଉଦ୍ୟକ୍ତା । ସବୁ ଆଡ଼େ ଦିନେ ଦୁଇଦିନ ପୂଜାପରେ ବିସର୍ଜନ ହୋଇଥାନ୍ତି ମୃମ୍ମୟା ମୁର୍ତୀ । ଏଠିକିନ୍ତି ୧୧ ଦିନ ଧରି ପୂଜା ପାଇଥାନ୍ତି ମାଁ । ଦିପାବଳୀର ମଧ୍ୟ ରାତ୍ରୀରେ ମାଁ କାଳିଙ୍କ ଅବାହନ କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ଦଶମହାବିଦ୍ୟାର ଗୋଟିଏ ଗୋଟିଏ ରୁପକୁ ପୂଜା କରାଯାଇଥାଏ ଏବଂ ଶେଷଦିନ କୁମାରୀ ଝିଅଙ୍କୁ ନେଇ ବାଲ୍ୟ କୁମାରୀ ପୂଜା କରାଯାଇଥାଏ । ଏହାକୁ ଦେଖିବାକୁ ଜିଲ୍ଲା ତଥା ପଡ଼ୋଶି ଆନ୍ଧ୍ରରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥାଏ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.