ରାୟଗଡ଼ା : ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ରାୟଗଡ଼ା ଅବକାରୀ ବିଭାଗ ବିଶ୍ଵନାଥ ସିଂହକୁ ଗିରଫ କରିଛି । ରାୟଗଡ଼ା ସହର ଉପକଣ୍ଠରେ ବିଦେଶୀ ମଦ କାରବାର ନେଇ ବିଶେଷସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ସେଠାରେ ଚଢ଼ାଉ କରୁଥିବାବେଳେ ବିଶ୍ଵନାଥ ନିକଟରୁ 120 ଲିଟର ନକଲି ବିଦେଶୀ ମଦ ସହ 150 ଲିଟର ସ୍ପିରିଟ ଜବତ କରିଛି ଅବକାରୀ ବିଭାଗ ।
କେବଳ ସେତିକି ନୁହେଁ, ତାଙ୍କ ଘରୁ ବିଭିନ୍ନ ବ୍ରାଣ୍ଡର ଖାଲି ବୋତଲ ସହ ନକଲି ମଦ ତିଆରି ପାଇଁ ପ୍ରସ୍ତୁତ ମେସିନ, ବିଭିନ୍ନ ବ୍ରାଣ୍ଡର ଠିପିକୁ ଜବତ କରିଛି ଅବକାରୀ ବିଭାଗ । ବିଶ୍ଵନାଥ ଅନେକ ଦିନ ଧରି ରାୟଗଡ଼ା ଆନ୍ଧ୍ର ସୀମାନ୍ତ କେରେଡ଼ା ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଚଳେଇ ଆସୁଥିଲା । ଏସମ୍ପର୍କରେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବରପାଇ ଚଢ଼ଉ କରିଥିଲା ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ