ETV Bharat / state

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ - ବିଦ୍ୟୁତ

ରାୟଗଡା ଜିଲ୍ଲରେ ବିଦ୍ୟୁତ ସମସ୍ୟା ନେଇ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ....

ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Jul 20, 2021, 10:48 AM IST

ରାୟଗଡା: ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଛି ଜିଲ୍ଲା ବିଜେପି । ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବିଦ୍ୟୁତ ଜନିତ ବିଭିନ୍ନ ସମସ୍ୟା ନେଇ ବିଜେପି ପକ୍ଷରୁ ଏହି ଘେରାଉ କରାଯାଇଛି ।

ମହାମାରୀ କୋଭିଡ କାରଣରୁ ସମଗ୍ର ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଭଳି ସଂକଟ ସମୟରେ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି ଯାହା ରାଜ୍ୟବାସୀଙ୍କ ଉପରେ ଭାରି ପଡିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନସ୍ବାର୍ଥ ବୋଲି ଅଭିଯୋଗ କରିଛି ବିଜେପି । ଏହା ସହିତ ଜିଲ୍ଲାରେ ଅଘୋଷିତ ଭାବେ ବିଜୁଳି କଟା ଯାଉଛି ଏବଂ ଲୋ ଭୋଲଟେଜ ଭଳି ସମସ୍ୟା ଲାଗି ରହୁଛି।

ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ରାଜ୍ୟ ସରକାର ନିଜ ନିଷ୍ପତ୍ତିକୁ ବଦଳାଇ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରନ୍ତୁ ଏବଂ ଓଡିଶାବାସୀଙ୍କୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇବା ପାଇଁ ବିଜେପି ପକ୍ଷରୁ ଆଜି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଗୋଟିଏ ପଟେ ଜିଲ୍ଲାର ବଡ ବଡ କମ୍ପାନି ଏବଂ ସରକାରୀ ଅନୁଷ୍ଠାନମାନଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ ଶୁଳ୍ପ ପଡି ରିହିଥିବା ବେଳେ ବକେୟା ଆଦାୟ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏହାର ବୋଝ ସରଳ ରାଜ୍ୟବାସୀଙ୍କ ଉପରେ ଲଦିବା ପାଇଁ ଅପଚେଷ୍ଟା କରୁଥିବା କହିଛି ଜିଲ୍ଲା ବିଜେପି ।

ଯଦି ସରକାର ବିଦ୍ୟୁତ ଶୁକ୍ଳ ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର ନକରିବେ ତେବେ ଆଗାମୀ ଦିନରେ ଜିଲ୍ଲା ବିଜେପି ତରଫରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆଯଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.