ETV Bharat / state

କୋରୋନା ମୁକାବିଲା; ମାସ୍କ, ସାମାଜିକ ଦୂରତା ସହ ଟୀକାକରଣକୁ ପ୍ରଶାସନର ଗୁରୁତ୍ବ - Covid situation News

ରାୟଗଡା ଜିଲ୍ଲାରେ କୋଭିଡ ଟିକା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ଜୋର ଦେଇଛି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା
କୋରୋନା ମୁକାବିଲା
author img

By

Published : Mar 17, 2021, 8:22 AM IST

ରାୟଗଡା: ଜିଲ୍ଲାରେ ସ୍ଥିର ରହିଛି ସଂକ୍ରମଣ । ହେଲେ ସଂକ୍ରମଣର ଭୟ କମିନି । କାରଣ ଓଡିଶାର ପ୍ରମୁଖ ରେଳଷ୍ଟେସନ ଭାବେ ରାୟଗଡା ରେଳଷ୍ଟେସନ ବେଶ ପରିଚିତ । ଏଠାରୁ ସାରା ଦେଶକୁ ରେଳ ସଂଯୋଗୀକରଣ ରହିଥିବା ବେଳେ ଦୈନିକ ଶହ ଶହ ଶ୍ରୀମିକ ଦାଦନ ଖଟିବା ପାଇଁ ତାମିଲନାଡୁ, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗନା ଭଳି ରାଜ୍ୟକୁ ଯିବା ଆସିବା କରିଥାନ୍ତି ।

କୋରୋନା ମୁକାବିଲା

ଏଭଳି ସ୍ଥିତିରେ ଦେଶରେ ଏବେ ଦେଖା ଦେଇଥିବା କୋରୋନା ସଙ୍କଟକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି । ତୁହାକୁ ତୁହା ବୈଠକ ସାଙ୍ଗକୁ ରଣନୀତି ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ମାସ୍କ ଏବଂ ସାମାଜିକ ଦୂରତା ସାଙ୍ଗକୁ କୋରୋନା ଟୀକାକରଣକୁ ମଧ୍ୟ ଗୁରୁତ୍ବ ଦେଇଛି ପ୍ରଶାସନ ।

ଗତକାଲି ସୁଦ୍ଧା ଜିଲ୍ଲାର 39 ଟି ସେଣ୍ଟରରେ କୋରୋନା ଟୀକାକରଣ ଜାରି ରହିଥିବା ବେଳେ ଏବେ ଏହାକୁ ଗ୍ରାମାଭିମୁଖୀ କରାଯାଇ ଏହି ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରହିଥିବା କହିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.