ETV Bharat / state

PanchayatPoll: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ - ରାୟଗଡ ଖବର

ଜିଲ୍ଲାରେ ଆସନ୍ତା ୧୬ ରିଖ ଦିନ ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁରରେ ହେବ ଭୋଟ ଗ୍ରହଣ । ଏହି ତିନୋଟି ବ୍ଲକରେ ୧.୫୨ ଲକ୍ଷ ମତଦାତା ଭାଟଦାନ ପ୍ରକ୍ରିୟାରେ ସାମିଲ ହେବେ । ଉକ୍ତ ବ୍ଲକର ୫୫୪ ଟି ବୁଥରେ ମତଦାନ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

PanchayatPoll
PanchayatPoll
author img

By

Published : Feb 14, 2022, 10:17 PM IST

ରାୟଗଡା: ଜିଲ୍ଲାର ବିଷମକଟକ ମୁନିଗୁଡା ଓ ଚନ୍ଦ୍ରପୁରରେ ପଞ୍ଚାୟତ ନିର୍ବାଚନର ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ୫ ଟି ଜିଲ୍ଲା ପରିଷଦ ଆସନ ପାଇଁ ୧. ୫୨ ଲକ୍ଷ ଭୋଟର କରିବେ ମତଦାନ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ

ଜିଲ୍ଲାରେ ଆସନ୍ତା ୧୬ ରିଖ ଦିନ ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁରରେ ହେବ ଭୋଟ ଗ୍ରହଣ । ଏହି ତିନୋଟି ବ୍ଲକରେ ୧.୫୨ ଲକ୍ଷ ମତଦାତା ଭାଟଦାନ ପ୍ରକ୍ରିୟାରେ ସାମିଲ ହେବେ । ଉକ୍ତ ବ୍ଲକର ୫୫୪ ଟି ବୁଥରେ ମତଦାନ ଅନୁଷ୍ଠିତ ହେବ । ତେବେ ୫ ଟି ଜିଲ୍ଲା ପରିଷଦ ଆସନ, ୪୬ ଟି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୫୫୪ ଟି ୱାର୍ଡ ମେମ୍ବର ପଦ ପାଇଁ ପଡିବ ଭୋଟ । ତେବେ ଉକ୍ତ ବ୍ଲକରେ ୪୬ ଟି ବୁଥ ଅତ୍ୟଧିକ ସମ୍ବେଦନଶୀଳ ଥିବାବେଳେ ୮୭ ଟି ବୁଥ ସମ୍ବେଦନଶୀଳ ରହିଥିବା କୁହାଯାଇଛି । ଏହି ବୁଥମାନଙ୍କରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମତଦାନ ଆଉ ଦୁଇ ଦିନ ରହିଥିବାରୁ ଆଜିଠୁ ପୋଲିଂ କର୍ମଚାରୀମାନେ ସମ୍ପୃକ୍ତ ବୁଥକୁ ଯାଇ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଜିଲ୍ଲାପାଳ ସରୋଜକୁମାର ମିଶ୍ର ବିସ୍ତୃତ ସୂଚନା ଦେଇଛନ୍ତି । ତେବେ କେତେକ ସ୍ଥାନରେ ଲାଲ ବାହିନୀଙ୍କ ପ୍ରାଦୁର୍ଭାବ ରହିଥିବାରୁ ଜିଲ୍ଲାରେ ୧୧ଗୋଟି ବୁଥ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏଥିମଧ୍ୟରୁ ଚନ୍ଦ୍ରପୁରର ୨, କଲ୍ୟାଣସିଂପୁରର ୨ଟି ଏବଂ ମୁନିଗୁଡା ବ୍ଲକର ସର୍ବାଧିକ ୭ ଗୋଟି ବୁଥ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ନିର୍ବାଚନକୁ ଅବାଧ, ସ୍ବଚ୍ଛ ଓ ନିରପେକ୍ଷ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଚଳାଇଛି ।

ମତଦାନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଅନୁରୂପ ପାଞ୍ଚଟି ପର୍ଯ୍ୟାୟରେ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାରେ ୩ ହଜାର ୭୦୦ ଜଣ ପୋଲିଂ କର୍ମଚାରୀ ଭୋଟ ଗ୍ରହଣ ପ୍ରକ୍ରିୟାରେ ମୁତୟନ ରହିବେ । ଏହାସହ ଅଧିକ ୧୦ ପ୍ରତିଶତ ଅର୍ଥାତ ମୋଟ ୪ ହଜାର ୧୧୦ ଜଣ କର୍ମଚାରୀଙ୍କୁ ସଂଗ୍ରକ୍ଷିତ ରଖାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାରେ ମୋଟ ୫ ଲକ୍ଷ ୯୯ ହଜାର ମତଦାତା ତ୍ରୀସ୍ତରୀୟ ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ । ତେବେ ୨୨ ଗୋଟି ଜିଲ୍ଲା ପରିଷଦ ଆସନ ୧୮୨ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨ ହଜାର ୨୦୨ ଟି ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀ ଏହି ପଞ୍ଚାୟତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.