ETV Bharat / state

କୋଭିଡ ମୁକାବିଲାର ଅସଲି ଚିତ୍ର: ଲୋକଙ୍କ ଜୀବନ ସହ ଖେଳୁଛି ରାୟଗଡା ଜିଲ୍ଲା ପ୍ରଶାସନ ! - ରାୟଗଡା ଜିଲ୍ଲା ପ୍ରଶାସନ

ମ୍ୟାଲେରିଆ କହି କଲେ କୋଭିଡ ଟେଷ୍ଟ । ରିପୋର୍ଟ ପଜିଟିଭ ଆସିଥିବା କହି ବସରେ ବସାଇଲେ । କୋଭିଡ ସେଣ୍ଟରକୁ ଯିବା ବାଟରେ ରିପୋର୍ଟ ଆସିଲା ନେଗେଟିଭ୍‌ । ଘଟଣା ଘଟିଛି ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ ପେନେକମ ପଞ୍ଚାୟତର ପଦଲପୁର ଗାଁରେ ।

କୋଭିଡ ମୁକାବିଲାର ଅସଲି ଚିତ୍ର: ଲୋକଙ୍କ ଜୀବନ ସହ ଖେଳୁଛି ରାୟଗଡା ଜିଲ୍ଲା ପ୍ରଶାସନ !

author img

By

Published : Aug 22, 2020, 9:33 PM IST

Updated : Aug 22, 2020, 9:45 PM IST

ରାୟଗଡ଼ା: କୋଭିଡ ମୁକାବିଲାର ନଗ୍ନ ଚିତ୍ର । ମ୍ୟାଲେରିଆ କହି କଲେ କୋଭିଡ ଟେଷ୍ଟ । ରିପୋର୍ଟ ପଜିଟିଭ ଆସିଥିବା କହି ବସରେ ବସାଇଲେ । କୋଭିଡ ସେଣ୍ଟରକୁ ଯିବା ବାଟରେ ରିପୋର୍ଟ ଆସିଲା ନେଗେଟିଭ୍‌ । ଆଉ ରିପୋର୍ଟ ନେଗେଟିଭ୍‌ ଆସିବା ସତ୍ତ୍ବେ ମଧ୍ୟ କୋଭିଡ କେୟାର ସେଣ୍ଟରରେ କରାଗଲା ଭର୍ତ୍ତି । କୋଭିଡ ଆକ୍ରାନ୍ତଙ୍କ ସହ ରଖିଲେ । ଆଉ 6 ଦିନ ପରେ ନେଗେଟିଭି କହି ଘରକୁ ପଠାଇ ଦେଲେ । ଏମିତି ଘଟଣା ଘଟିଛି ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ ପେନେକମ ପଞ୍ଚାୟତର ପଦଲପୁର ଗାଁରେ ।

କୋଭିଡ ମୁକାବିଲାର ଅସଲି ଚିତ୍ର: ଲୋକଙ୍କ ଜୀବନ ସହ ଖେଳୁଛି ରାୟଗଡା ଜିଲ୍ଲା ପ୍ରଶାସନ !

ଗତ 14 ତାରିଖରେ ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ କୋଭିଡ ଟେଷ୍ଟ କରାଯାଇଥିଲା । କିନ୍ତୁୁ ଟେଷ୍ଟ ପୂର୍ବରୁ କୁହାଗଲା ମ୍ୟାଲେରିଆ ଟେଷ୍ଟ ହେବ ବୋଲି । ତେବେ 35 ଜଣଙ୍କ କୋରୋନା ଟେଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ପଜିଟିଭ ଆସିଥିବା କହିବା ସହ ଗତ 15 ତାରିଖରେ କୋଭିଡ କେୟାର ସେଣ୍ଟରକୁ ଯିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା । ପରେ ଏକ ବସ ଯୋଗେ ବସରେ 32 ଜଣଙ୍କୁ ବିଷମକଟକ କୋଭିଡ କେୟାର ସେଣ୍ଟରକୁ ନିଆଯାଇଥିଲା ।

ଆଉ ବସରେ କୋଭିଡ କେୟାର ସେଣ୍ଟରକୁ ବାଟ ଯିବା ବାଟରେ ମୋବାଇଲକୁ ମେସେଜ ଆସିଥିଲା ଯେ, ରିପୋର୍ଟ ନେଗେଟିଭ୍ ରହିଛି । ତେବେ ସେ ସମୟରେ ସମ୍ପୃକ୍ତ ଲୋକଙ୍କ ପ୍ରତିବାଦ ସତ୍ତ୍ବେ ଜବରଦସ୍ତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି କୋଭିଡ କେୟାର ସେଣ୍ଟରରେ ଔଷଧ କିମ୍ଵା ଚିକିତ୍ସା କରଯାଇ ନଥିବା ଓ ନେବାର 6 ଦିନ ପରେ ଘରକୁ ଫେରାଇ ଦେଇଛି ଜିଲ୍ଲା ପ୍ରଶାସନ ।

ତେବେ ରାୟଗଡା ଜିଲ୍ଲା ପ୍ରଶାସନର ଏଭଳି କୋଭିଡ ମୁକାବିଲାର ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Aug 22, 2020, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.