ETV Bharat / state

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀଙ୍କୁ ନିରାଡମ୍ବରରେ ପାଳିଲା ରାୟଗଡ଼ା ଜିଲ୍ଲାପ୍ରଶାସନ

ମହାତ୍ମା ଗାନ୍ଧୀଙ୍କ 151 ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୮୪ତମ ଜୟନ୍ତୀ ଅବସରରେ କୋଭିଡ -‍୧୯ କୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପାଳିଲା ରାୟଗଡ଼ା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

Rayagada district administration celebrates the birthdays of Mahatma Gandhi and Lal Bahadur Shastri
ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିବସ ନିରାଡମ୍ବରରେ ପାଳିଳା ରାୟଗଡ଼ା ଜିଲ୍ଲାପ୍ରଶାସନ
author img

By

Published : Oct 3, 2020, 7:33 AM IST

ରାୟଗଡ଼ା: ମହାତ୍ମା ଗାନ୍ଧୀଙ୍କ 151ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୮୪ତମ ଜୟନ୍ତୀ ଅବସରରେ କୋଭିଡ -‍୧୯ କୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପାଳିଲା ରାୟଗଡ଼ା ଜିଲ୍ଲା ପ୍ରଶାସନ । ସ୍ଥାନୀୟ ମହତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ସମେତ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ଦୁଇ ମହାପୁରୁଷ ସହିତ ପଣ୍ଡିତ ଗୋପବନ୍ଧୁ ଓ ସନ୍ଥ ବିନୋବା ଭାବେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିବସ ନିରାଡମ୍ବରରେ ପାଳିଳା ରାୟଗଡ଼ା ଜିଲ୍ଲାପ୍ରଶାସନ

ଗାନ୍ଧୀ ଜୟନ୍ତୀ ଅବସରରେ ରାୟଗଡ ପୌର ପରିଷଦ ଆନୁକୁଲ୍ୟରେ ଓଡିଶା ଅର୍ବାନ ହାଉସିଂ ମିଶନ, ଗୃହ ଏବଂ ନଗର ଉନୟନ ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ପ୍ରସ୍ତାବିତ “ଫିଟ ଇଣ୍ଡିଆ ଫ୍ରିଡମ ରନ୍ ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ସାମାଜିକ ଦୁରତ୍ଵକୁ ମାନିବା, ଶାନ୍ତି ବଜାୟ ରଖିବା, ଜନସାଧାରଣଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମିଳିମିଶି କାମ କରିବା ତଥା ରାୟଗଡ଼ ସହରକୁ ସଫା ତଥା ସ୍ଵଛ ରଖିବା ଉପରେ ଗୁରୁତ୍ଵ ଦେବା ପାଇଁ ଜିଲ୍ଲାପାଳ ଉପଦେଶ ଦେଇଥିଲେ ।

ସେହିପରି ଜିଲ୍ଲା ସଂସ୍କୃତି ପରିଷଦ ଓ ପଞ୍ଚବଟୀ ସାହିତ୍ୟ ସଂସଦ ରାୟଗଡା ଆନୁକୂଲ୍ୟରେ ଜୁମ୍ ଆପ୍ ମାଧ୍ୟମରେ ‘ମହାତ୍ମା ଗାନ୍ଧୀ’ ଶୀର୍ଷକ ବକୃତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନଆଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡ଼ଃ.ବିଜୟାନନ୍ଦ ସିଂହ, ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ଶାନ୍ତି ଦେବୀ ପ୍ରମୁଖ ସାମିଲ ହୋଇଥିଲେ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.