ETV Bharat / state

ରାୟଗଡାରେ ୧୫୪ ନୂଆ କୋରୋନା ସଂକ୍ରମଣ ମାମଲା, ଦୈନିକ ୧୫୦୦ ଆଣ୍ଟିଜେନ ଟେଷ୍ଟ

author img

By

Published : Aug 21, 2020, 7:51 PM IST

ଶୁକ୍ରବାର ରାୟଗଡ଼ା ଜିଲ୍ଲାରେ ୧୫୪ ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଟେଷ୍ଟିଂ ସଂଖ୍ୟା ବଢିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । ବର୍ତ୍ତମାନ ଜିଲ୍ଲାରେ ଦୈନିକ ୧୫୦୦ ଆଣ୍ଟିଜେନ ଟେଷ୍ଟ ହେଉଛି ।

rayagada corona update
ରାୟଗଡାରେ ୧୫୪ ଟି ନୂଆ କୋରୋନା ସଂକ୍ରମଣ ମାମଲା,

ରାୟଗଡା: ଜିଲ୍ଲାରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ରାୟଗଡ଼ା ଜିଲ୍ଲାରେ ୧୫୪ ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଦିନକୁ ଦିନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ତେବେ ଟେଷ୍ଟିଂ ସଂଖ୍ୟା ବଢିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । ବର୍ତ୍ତମାନ ଜିଲ୍ଲାରେ ଦୈନିକ ୧୫୦୦ ଟେଷ୍ଟିଂ ହେଉଛି ।

ରାୟଗଡାରେ ୧୫୪ ଟି ନୂଆ କୋରୋନା ସଂକ୍ରମଣ ମାମଲା

ଜୁଲାଇ ୨୬ ପୂର୍ବରୁ ଜିଲ୍ଲାରେ ଟେଷ୍ଟିଂର ୨୫ ପ୍ରତିଶତ ପିଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ତାହା ୧୨ ରୁ ୧୪ ପ୍ରତିଶତକୁ ଖସିଛିଥିବା କୋଭିଡ ନୋଡାଲ ଅଧିକାରୀ ଅମୃତ ଋତୁରାଜ ପ୍ରକାଶ କରିଛନ୍ତି । ଆସନ୍ତା ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ପରିବା ଦୋକାନୀ, ରାସନ ଦୋକାନୀ, ଆମିଷ ଦୋକାନୀ, ସେଲୁନ, ଅଟୋ ବାଲ, କ୍ଷୀର ବାଲଙ୍କୁ ଚିହ୍ନଟ କରି କୋଭିଡ ପରୀକ୍ଷଣ କରାଯିବ । ଯଦି ସେମାନଙ୍କ ଭିତରୁ କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ କୋରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ଋତୁରାଜ ପ୍ରକାଶ କରିଛନ୍ତି ।

ତେବେ ଆଜି ଚିହ୍ନଟ ହୋଇଥିବା ୧୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ଜଣ ପୁରୁଷ ଥିବା ବେଳେ ୫୬ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୨୫ ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟପକ୍ଷରେ ୫ ଜଣ କରୋନା ଯୋଦ୍ଧା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୩୮୪ ଜଣ କୋଭିଡ ଯୋଦ୍ଧା କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୯ ଜଣ ଚିକିତ୍ସିତ ହେଉଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୧୫୪ ଜଣଙ୍କ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ୨୨, ରାୟଗଡ଼ା ଗ୍ରାମାଞ୍ଚଳରୁ ୧୫, ଗୁଣପୁର ପୌରାଞ୍ଚଳରୁ ୫, ଗୁଣପୁର ଗ୍ରାମାଞ୍ଚଳରୁ ୧୦, ଚନ୍ଦ୍ରପୁରରୁ ୩୪, ଗୁଡାରୀରୁ ୨୩, କାଶିପୁରରୁ ୨୧, ପଦ୍ମପୁରରୁ ୧୪, ରାମନାଗୁଡାରୁ ୯ ଏବଂ କଲ୍ୟାଣସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୬ ରେ ପହଞ୍ଚିଛି । ସେହିପରି ୧୪୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ କୁ ପହଞ୍ଚିଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.